ଚଣ୍ତିଗଡ: କୋରୋନାକୁ ହରାଇଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଗୁରୁବାର ଦିନ ଗୁରୁଗ୍ରାମର ମେଦାନ୍ତ ହସପିଟାଲରୁ ସେ ଡିସଚାର୍ଜ ହୋଇଛନ୍ତି । ଏନେଇ ହସପିଟାଲ ପକ୍ଷରୁ ଏକ ବୁଲେଟିନ ଜାରି କରାଯାଇଛି । ମେଡିକାଲରୁ ଡିସଚାର୍ଜ ହେବା ପରେ ଖଟ୍ଟର ହୋମ କ୍ବାରେଣ୍ଟାଇନରେ ରହିବା ସହିତ ଗୋଟିଏ ସପ୍ତାହ ଧରି ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ।
ହାରିଲା କୋରୋନା, ଜିତିଲେ ହରିୟାଣା ମୁଖ୍ୟମନ୍ତ୍ରୀ
କୋରୋନାକୁ ହରାଇଲେ ହରିୟାଣା ମୁଖ୍ୟମନ୍ତ୍ରୀ। ଗୁରୁବାର ଦିନ ମେଡିକାଲରୁ ହେଲେ ଡିସଚାର୍ଜ । ଅଧିକ ପଢନ୍ତୁ....
ହାରିଲା କୋରୋନା, ଜିତିଲେ ହରିୟାଣା ମୁଖ୍ୟମନ୍ତ୍ରୀ
ସେପଟେ, ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଖଟ୍ଟରଙ୍କ ଠାରେ ସଂକ୍ରମଣର ଲକ୍ଷଣ ନଥିଲା । ଏବେ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏକ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ତଦାରଖ କରୁଥିଲେ । ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ 25ରେ ଖଟ୍ଟର କୋଭିଡରେ ସଂକ୍ରମିତ ହୋଇଥିଲେ । ଫଳରେ ସେ ନିଜେ ଟ୍ବିଟର ଯୋଗେ ସୂଚନା ଦେଇଥିଲେ ।
@ IANS