ଚଣ୍ଡିଗଡ: ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଦିଲ୍ଲୀ-ହରିୟାଣା ସୀମା ବନ୍ଦ ରହିବ । ଦିଲ୍ଲୀରେ କୋରୋନା ସ୍ଥିତି ଭୟଙ୍କର ଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ଏନେଇ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ କହିଛନ୍ତି ।
ବନ୍ଦ ରହିବ ହରିୟାଣା-ଦିଲ୍ଲୀ ସୀମା - Haryana Delhi order
ଗୁରୁଗାଁଓ ଏବଂ ଫରିଦାବାଦରେ କୋରୋନା ମାମଲା ବଢୁଥିବାରୁ ହରିୟାଣା ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ବର୍ତ୍ତମାନ ବନ୍ଦ ରଖାଯାଉଛି ବୋଲି ଅନୀଲ ଭିଜ କହିଛନ୍ତି । ଅଧିକ ପଢନ୍ତୁ...
ଗୁରୁଗାଁଓ ଏବଂ ଫରିଦାବାଦରେ କୋରୋନା ମାମଲା ବଢୁଥିବାରୁ ହରିୟାଣା ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଉଭୟ ସହରରେ ବଢୁଥିବା କୋଭିଡ 19 ପଜିଟିଭ ଏକ ସତର୍କ ସୂଚନା । ହରିୟାଣା ବର୍ଡରରେ ଥିବା ଜାଗାମାନଙ୍କରେ ଏହି କୋରୋନା ସ୍ଥିତି ରାଜ୍ୟ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ବର୍ତ୍ତମାନ ବନ୍ଦ ରଖାଯାଉଛି ବୋଲି ସେ କହିଛନ୍ତି ।
ଅନୀଲ ଭିଜ କହିଛନ୍ତି ଯେ ଦିଲ୍ଲୀରୁ ଯେପରି କୌଣସି ଉପାୟରେ କୋରୋନା ସଂକ୍ରମିତ ରାଜ୍ୟରେ ପ୍ରବେଶ ନକରନ୍ତି ସେଥିପାଇଁ ସୀମାକୁ ସିଲ କରାଯାଇଛି । ପଞ୍ଚମ ପର୍ଯ୍ୟାୟ ଲକଡାଉନ ଉପରେ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟ ପଦକ୍ଷେପ ନେବ । ପ୍ରକାଶ ଥାଉ କି ଗତ 24 ଘଣ୍ଟାରେ 76ଟି କେସ ସହ ହରିୟାଣାରେ 1381 ଆକ୍ରାନ୍ତ ସ୍ପଷ୍ଟ ହୋଇଛି ।