ଓଡିଶା

odisha

By

Published : Jun 17, 2020, 4:45 PM IST

ETV Bharat / bharat

ହିସାର ଚାପୁଡା ମରା ଘଟଣା: ଗିରଫ ହେଲେ ବିଜେପି ନେତ୍ରୀ

ହିସାର ମାର୍କେଟ କମିଟି ସେକ୍ରେଟାରୀକୁ ଚାପୁଡ ମାରିବା ଘଟଣାରେ ବିଜେପି ନେତ୍ରୀ ସୋନାଲି ଫୋଗାଟକୁ ଗିରଫ କରାଯାଇଛି ।

sonali phogat arrested
ହିସାର ଚାପୁଡା ମରା ଘଟଣା

ଚଣ୍ଡୀଗଡ: ହିସାର ମାର୍କେଟ କମିଟି ସେକ୍ରେଟାରୀକୁ ଚାପୁଡ ମାରିବା ଘଟଣାରେ ବିଜେପି ନେତ୍ରୀ ସୋନାଲି ଫୋଗାଟକୁ ଗିରଫ କରାଯାଇଛି । ତେବେ ଗିରଫର କିଛି ସମୟ ପରେ ହିସାର କୋର୍ଟ ତରୁନ୍ତ ଜାମିନ ମଧ୍ୟ ଦେଇଛନ୍ତି ।

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ବିରୋଧରେ ହିସାରର ମାର୍କେଟ କମିଟି ସେକ୍ରେଟାରୀ ସୁଲତାନ ସିଂକୁ ଚାପୁଡା ମାରିବା ଘଟଣାରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମାର୍କେଟ କମିଟି ସଦସ୍ୟ ଓ ସ୍ଥାନୀୟ ବ୍ୟବସାୟୀ ଦୀର୍ଘ ଦିନ ହେବ ତାଙ୍କୁ ଗିରଫ କରିବାକୁ ଦାବି କରି ଆସୁଥିଲେ । ବୁଧବାର ସୋନାଲିଙ୍କୁ ଗିରଫ କରିବା ପରେ ତାଙ୍କୁ ହିସାର କୋର୍ଟରେ ହାଜିର କରାଗଲା । ଏହାପରେ ତାଙ୍କୁ ସେଠାରେ ତୁରନ୍ତ ଜାମିନ ମିଳିଯାଇଥିଲା ।

ପ୍ରକାଶଥାଉକି, ଜୁନ 5ରେ ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟ ମାର୍କେଟ କମିଟି ସେକ୍ରେଟାରୀଙ୍କୁ ଚାପୁଡା ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଅନ୍ୟପକ୍ଷେ ସୋନାଲି ଅଭିଯୋଗ ଆଣିଥିଲେ କି, ମାର୍କେଟ ସେକ୍ରେଟାରୀ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଛନ୍ତି ।

ABOUT THE AUTHOR

...view details