ଓଡିଶା

odisha

By

Published : May 16, 2020, 11:58 PM IST

ETV Bharat / bharat

ହରିୟାଣାରେ ଆରମ୍ଭ ହେଲା ବସ ସେବା

ହରିୟାଣାରେ ଆରମ୍ଭ ହେଲା ବସ ସେବା । ସାମାଜିକ ଦୂରତ୍ବ ଅବଲମ୍ବନ କରି ଯାତ୍ରା କରିବେ ଯାତ୍ରୀ । ଅଧିକ ପଢନ୍ତୁ..

Haryana Becomes First State To Resume Bus Services Within The State
ହରିୟାଣାରେ ଆରମ୍ଭ ହେଲା ବସ ସେବା

ଚଣ୍ଡିଗଡ: କୋରୋନା ଲକଡାଉନ୍ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ଲୋକ । ଶୁକ୍ରବାର ଏମାନଙ୍କୁ ନେଇ ଆନ୍ତଃଜିଲ୍ଲା ବସ୍ ସେବା ଆରମ୍ଭ ହେବା ପରେ ହରିୟାଣା ପ୍ରଥମ ରାଜ୍ୟ ହୋଇପାରିଛି । ହରିୟାଣା ପୋଲିସ ମୁଖ୍ୟ ମନୋଜ ଯାଦବ କହିଛନ୍ତି, "ଆମେ ଅନ୍ୟ ରାଜ୍ୟକୁ ବହୁତ ଲୋକଙ୍କୁ ପଠାଉଥିଲୁ । ସେହିଭଳି ଆମର ଅନେକ ଲୋକ ବିଭିନ୍ନ ଜିଲ୍ଲାରେ ଅଟକି ରହିଛନ୍ତି । ତେଣୁ ବସ ଚଳାଚଳ କରିବା ପରେ ଏମାନେ ଆସିପାରିବେ ।

ଆନ୍ତଃଜିଲ୍ଲା ବସ୍ କେବଳ ଗନ୍ତବ୍ୟସ୍ଥଳରେ ଅଟକି ରହିବ । ଅନ୍ୟ ରାସ୍ତାରେ ଅଟକି ରହିବ ନାହିଁ ଏବଂ ଟିକେଟ୍ ଅନଲାଇନରେ ବୁକ୍ କରିବାକୁ ପଡିବ ବୋଲି ସେ କହିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ଆମେ ଏକ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାରେ ସଫଳ ହୋଇଛୁ । ହରିୟାଣା ସରକାର ବସ୍ ସେବା ଆରମ୍ଭ ପାଇଁ 29 ଟି ରୁଟ୍ ସ୍ଥିର କରିଥିଲେ । କିନ୍ତୁ କୌଣସି ବୁକିଂ ନହେବାରୁ 9ଟି ରୁଟକୁ ସ୍ଥଗିତ ରଖାଯାଇଥିଲା ।

ମାର୍ଚ୍ଚ 23 ରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ ଲକଡାଉନ ଘୋଷଣା କରିବା ପରେ ବସ୍ ସେବା ବନ୍ଦ ରହିଥିଲା । ପ୍ରଥମ ଦିନରେ 8ଟି ଡିପୋରୁ ବସ୍ 196ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରି 42,580 ଟଙ୍କା ରାଜସ୍ୱ ଆଣିଛି । ​​ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, କେବଳ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରୁଛି । 52 ଜଣ କ୍ଷମତା ବିଶିଷ୍ଟ ବସ୍‌ରେ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ଆମେ କେବଳ 30 ଜଣ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦେଉଛୁ ।

ABOUT THE AUTHOR

...view details