ଓଡିଶା

odisha

ହରିୟାଣା ମୁଖ୍ୟମନ୍ତ୍ରୀ ରେସ୍‌: ଅମିତ ଶାହାଙ୍କୁ ଭେଟିଲେ ଦୁଷ୍ୟନ୍ତ

By

Published : Oct 25, 2019, 9:39 PM IST

ଜେଜେପି ପ୍ରମୁଖ ଚୌଟାଲା ଶୁକ୍ରବାର ଦିଲ୍ଲୀ ପହଞ୍ଚି କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପ୍ରଥମେ ତାଙ୍କ ବାସଭବନରେ ଭେଟିଛନ୍ତି । ଏହାପରେ ଦୁଇ ନେତା ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବେ ସେ ନେଇ ସାରା ଦିନ କଂଗ୍ରେସ, ବିଜେପି ସମର୍ଥନ ଯୋଗାଡରେ ଲାଗିଛନ୍ତି । ଏଭଳି ଛକାପଞ୍ଝା ଭିତରେ କିଙ୍କମେକର ଦୁଷ୍ୟନ୍ତ ଚୌଟାଲଙ୍କ ଉପରେ ସମସ୍ତଙ୍କ ଆଶା । ଅସ୍ପଷ୍ଟ ଅଙ୍କ, ବିନା ମ୍ୟାଜିକ ନମ୍ବରରେ ଏବେ ହରିୟାଣାରେ ଦଳ ସବୁ ହନ୍ତସନ୍ତ । ଏପରିସ୍ଥଳେ ଦୁଷ୍ୟନ୍ତଙ୍କୁ କଂଗ୍ରେସ ସମର୍ଥନ ପାଇଁ ଆମନ୍ତ୍ରଣ କରିଛନ୍ତି । ହେଲେ ଦୁଷ୍ୟନ୍ତଙ୍କ ମନ ବିଜେପିରେ ଥିଲା ଭଳି ମନେ ହେଉଛି । ଖାସ ଡିଲ କିମ୍ବା ସମର୍ଥନ ପାଇଁ ଦୁଷ୍ୟନ୍ତ ଦିଲ୍ଲୀମୁହାଁ ।

ଭିଡିଓ ସୌଜନ୍ୟ: ଏଏନଆଇ

ବହୁମତ ଠାରୁ ଦୂରରେ ଥିବା ବିଜେପି ପାଇଁ ମାଷ୍ଟରପ୍ଲାନର ତଥା ଗୃହମନ୍ତ୍ରୀ ଅମିତ ଶାହା ହିଁ ଶାହା ଭରସା । ବିଜେପିର ଚାଣକ୍ୟଙ୍କ ଘରେ ଦୁଷ୍ୟନ୍ତ ଚୌଟାଲା । ଜେଜେପି ପ୍ରମୁଖ ଚୌଟାଲା ଶୁକ୍ରବାର ଦିଲ୍ଲୀ ପହଞ୍ଚି କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପ୍ରଥମେ ତାଙ୍କ ବାସଭବନରେ ଭେଟିଛନ୍ତି ।

ଏହାପରେ ଦୁଇ ନେତା ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହି ସାକ୍ଷାତକାର ପରେ ସବୁକିଛି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ବିଶେଷ ସୂତ୍ର ଅନୁଯାୟୀ ଜେଜେପି ହରିୟାଣାରେ ନିଜର ସମର୍ଥନ ବିଜେପିକୁ ପ୍ରଦାନ କରିବ ।

ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଜେଜେପି ସୁପ୍ରିମୋ ସମର୍ଥନ ନେଇ ନିଜ ଦାବି ରଖିଥିଲେ । ଯେଉଁ ଦଳ ଉପଯୁକ୍ତ ସମ୍ମାନ ଦେବ ତାକୁ ସମର୍ଥନ ମିଳିବା କଥା ସେ କହିଥିଲେ । ଏହାପରେ କଂଗ୍ରେସ ଦୁଷ୍ୟନ୍ତଙ୍କ ସମସ୍ତ ସର୍ତ୍ତକୁ ମାନିବା ପାଇଁ ପ୍ରସ୍ତୁତ ଥିବା କହିଥିଲା ।

ABOUT THE AUTHOR

...view details