ନୂଆଦିଲ୍ଲୀ: ଆଜି ଠାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦୁଇ ଦିନିଆ ବିଶ୍ବ ସ୍ବାସ୍ଥ୍ୟ ସଭା ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଭାରତର ପ୍ରତିନିଧିତ୍ବ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ।
କୋଭିଡ-19 ମହାମାରୀ ଯୋଗୁଁ 73 ତମ ବିଶ୍ବସ୍ବାସ୍ଥ୍ୟ ସଭା ଭର୍ଚୁଆଲି ଅନୁଷ୍ଠିତ ହେବ ବୋଲି ଡବ୍ଲ୍ୟୁଏଚଓ ପୂର୍ବରୁ ଘୋଷଣା କରିଥିଲା । ଏହି ବୈଠକର ଆଜେଣ୍ଡା ରହିବ ମହାମାରୀ କୋରୋନା ଭାଇରସ । ଯେଉଁଥିରେ ସମସ୍ତ 194 ଡବ୍ଲ୍ୟୁଏଚଓ ସଦସ୍ୟ ରାଷ୍ଟ୍ର ଏବଂ ପର୍ଯ୍ୟବେକ୍ଷକ ଯୋଗଦେବେ । ତେବେ ଏହି ଆଜେଣ୍ଡାକୁ ଦୁଇ ଦିନ ମଧ୍ୟରେ ହିଁ ସୀମିତ ରଖିବାକୁ ଏକ ବିବୃତ୍ତିରେ କୁହାଯାଇଛି ।