ଓଡିଶା

odisha

ETV Bharat / bharat

ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ହେବେ ଆଗାମୀ ବୈଦେଶିକ ସଚିବ - ହର୍ଷବର୍ଧନ ଶୀଙ୍ଗଲା ହେବେ ଦେଶର ଆଗାମି ବୈଦେଶିକ ସଚିବ

ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ବୈଦେଶିକ ସଚି ଭାବେ ନିଯୁକ୍ତି ମିଳିଛି। ସେ ବୈଦେଶିକ ସଚିବ ବିଜୟ କେଶବ ଗୋଖଲେଙ୍କ ସ୍ଥାନ ନେବେ।

Harsh Vardhan Shringla
ଫାଇଲ ଫଟୋ

By

Published : Dec 23, 2019, 9:18 PM IST

Updated : Dec 23, 2019, 9:52 PM IST

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ମିଳିଛି। 2020 ଜାନୁଆରୀ 29 ତାରିଖରେ ବୈଦେଶିକ ସଚିବ ବିଜୟ କେଶବ ଗୋଖଲେଙ୍କ 2 ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବ। ହର୍ଷବର୍ଦ୍ଧନ, ଗୋଖଲେଙ୍କ ସ୍ଥାନରେ ବୈଦେଶିକ ସଚିବ ଭାବେ ଦାୟୀତ୍ବଭାର ସମ୍ଭାଳିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ହର୍ଷବର୍ଦ୍ଧନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। 1984 ବ୍ୟାଚର ଭାରତୀୟ ବୈଦେଶିକ ସେବା(ଆଇଏଫଏସ) ଅଧିକାରୀ ହର୍ଷବର୍ଦ୍ଧନ ନିଜର 35 ବର୍ଷିଆ କ୍ୟାରିୟରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଆମେରିକା, ଭିଏତନାମ, ଇସ୍ରାଏଲ ଏବଂ ଦକ୍ଷିଣ ଆଫ୍ରିକାରେ ଭାରତର ସ୍ଥାୟୀ ସଦସ୍ୟ ଥିଲେ । ଏହା ବ୍ୟତୀୟ ସେ ବାଂଲାଦେଶ ଏବଂ ଥାଇଲାଣ୍ଡରେ ଭାରତର ଉଚ୍ଚାୟୁକ୍ତ ଭାବରେ କାର୍ଯ୍ୟ କରିଛନ୍ତି।

1981 ବ୍ୟାଚର ଅଧିକାରୀ ବିଜୟ କେଶବ ଗୋଖଲେ ଗତ ବର୍ଷ ଜାନୁଆରୀ 29 ତାରିଖରେ ବୈଦେଶିକ ସଚିବ ଭାବରେ ନିଯୁକ୍ତି ପାଇଥିଲେ। ଏହି ଶୀର୍ଷ ପଦରେ ନିଯୁକ୍ତି ପାଇବା ପୂର୍ବରୁ ସେ 2016 ମସିହା ଜାନୁଆରୀ 20 ତାରିଖରୁ 2017 ମସିହା ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସେ ଚୀନରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ।

Last Updated : Dec 23, 2019, 9:52 PM IST

ABOUT THE AUTHOR

...view details