ଓଡିଶା

odisha

ETV Bharat / bharat

ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ନୂତନ ବୈଦେଶିକ ସଚିବ ନିଯୁକ୍ତ - Harsh Vardhan Shringl

ଭାରତର ନୂତନ ବୈଦେଶିକ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି 1984 ବ୍ୟାଚର ଆଇଏଫସ୍ ଅଫିସର ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା। ଅଧିକ ପଢନ୍ତୁ...

ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା
harsh-vardhan-shringl

By

Published : Jan 29, 2020, 1:22 PM IST

Updated : Jan 29, 2020, 1:39 PM IST

ନୂଆଦିଲ୍ଲୀ: ଭାରତର ନୂତନ ବୈଦେଶିକ ଭାବେ ନିଯୁକ୍ତ ହୋଇଛନ୍ତି 1984 ବ୍ୟାଚର ଆଇଏଫସ୍ ଅଫିସର ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା। ପୂର୍ବରୁ ଏହି ଦାୟିତ୍ୱରେ ଥିବା ବିଜୟ ଗୋଖଲେଙ୍କ ଅବସର ପରେ 33ତମ ବୈଦେଶିକ ସଚିବ ରୂପେ ସେ ବୁଧବାର ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ପଦରେ ଅବସ୍ଥାପିତ ଥିଲେ। ତାଙ୍କୁ 2 ବର୍ଷ ପାଇଁ ବୈଦେଶିକ ସଚିବ ରୂପରେ ନିଯୁକ୍ତି ଦିଆଯାଇଛି।

ପଦଭାର ଗ୍ରହଣ କରିବା ପରେ ସେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣ ପାଇଁ ବୈଦେଶିକ ମନ୍ତ୍ରଣାଳୟର ଭୂମିକା ପାଇଁ ସେ ପ୍ରତିଶୃତିବଦ୍ଧ। ଆଜକୁ 36 ବର୍ଷ ପୂର୍ବେ ଜଣେ ଯୁବ ଅଫିସର ଭାବେ ତାଙ୍କର ଜୀବନଯାତ୍ରା ଆରମ୍ଭ କରିଥିଲେ। ଶ୍ରୀଙ୍ଗଲା ବିଦେଶ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଭାବେ ବାଂଲାଦେଶ, ମିଆଁମାର, ମାଳଦ୍ୱୀପ ଓ ଶ୍ରୀଲଙ୍କାରେ ପ୍ରଭାରୀ ରହିଛନ୍ତି। ଏହାଛଡା ସେ ଆମେରିକାରେ ସ୍ଥାୟୀ ପ୍ରତିନିଧି ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି।

Last Updated : Jan 29, 2020, 1:39 PM IST

ABOUT THE AUTHOR

...view details