ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ CuRED ନାମକ ଏକ ୱେବସାଇଟ ଉନ୍ମୋଚନ କରିଛନ୍ତି । ଏହା ଅନେକ କୋଭିଡ୍-19 କ୍ଲିନିକାଲ୍ ଟ୍ରାଏଲ୍ ବିଷୟରେ ବିସ୍ତୃତ ସୂଚନା ଦେବ । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ଶିଳ୍ପ ଓ ଅନ୍ୟାନ୍ୟ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟ ସହଭାଗିତାରେ ଏହା କାର୍ଯ୍ୟକାରୀ ହେବ ।
କ୍ଲିନିକାଲ୍ ଟ୍ରାଏଲ ବିଷୟରେ ସୂଚନା ଦେବ CuRED, ୱେବସାଇଟ ଲଞ୍ଚ କଲେ ହର୍ଷବର୍ଦ୍ଧନ - Harsh Vardhan launches CuRED
କେନ୍ଦ୍ର ସ୍ବାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ CuRED ନାମକ ଏକ ୱେବସାଇଟ ଉନ୍ମୋଚନ କରିଛନ୍ତି । ଏହା ଅନେକ କୋଭିଡ-19 କ୍ଲିନିକାଲ ଟ୍ରାଏଲ ବିଷୟରେ ବିସ୍ତୃତ ସୂଚନା ଦେବ । ଅଧିକ ପଢନ୍ତୁ...
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, CSIR ଉଷେରେଦ୍ ରିପର୍ପୋଜଡ୍ ଡ୍ରଗ୍ସ (CuRED), ସହଭାଗୀ ଅନୁଷ୍ଠାନ, ପରୀକ୍ଷଣରେ ସେମାନଙ୍କର ଭୂମିକା ଏବଂ ଅନ୍ୟାନ୍ୟ ବିବରଣୀ ସହିତ ଔଷଧ, ନିଦାନ ଏବଂ ଉପକରଣ ବିଷୟରେ ସୂଚନା ପ୍ରଦାନ କରିଥାଏ । ଏହାସହ ହର୍ଷବର୍ଦ୍ଧନ CSIR ର ପ୍ରୟାସକୁ ପ୍ରଶଂସା କରିଛନ୍ତି ।
CSIR, କୋଭିଡ-19 ର ସମ୍ଭାବ୍ୟ ଚିକିତ୍ସା ପାଇଁ ଆଣ୍ଟି-ଭାଇରାଲ୍ସର ଏକାଧିକ କ୍ଲିନିକାଲ୍ ମିଶ୍ରଣ ପରୀକ୍ଷଣ ଅନୁସନ୍ଧାନ କରୁଛି । ଆୟୁର୍ବେଦ, ଯୋଗ ଏବଂ ନାଥୁରୋପାଥି ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ ସହିତ ଆୟୁଷ ଔଷଧର କ୍ଲିନିକାଲ ପରୀକ୍ଷା ପାଇଁ ଏହା କାର୍ଯ୍ୟ କରୁଛି। ଏଗୁଡିକ ବ୍ୟତୀତ CSIR ନିଦାନ ଏବଂ ଉପକରଣ ଗୁଡିକର କ୍ଲିନିକାଲ୍ ପରୀକ୍ଷଣରେ ମଧ୍ୟ ଜଡିତ ।