ଓଡିଶା

odisha

ETV Bharat / bharat

ତମାଖୁ ଏବଂ ଏହାର ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲାଗୁ: ହର୍ଷବର୍ଦ୍ଧନ - ତମାଖୁ ଏବଂ ଏହାର ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲାଗୁ

ବିଶ୍ବ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଟ୍ବିଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ତମାଖୁ ବିରୋଧରେ ଲଢେଇ ତାଙ୍କ ପାଇଁ ଏକ ବ୍ୟକ୍ତିଗତ ଯୁଦ୍ଧ ଏବଂ ସେ ତମାଖୁ ଏବଂ ଏହାର ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଚାହୁଁଛନ୍ତି ।

Harsh Vardhan bats for total ban on tobacco, its products
ତମାଖୁ ଏବଂ ଏହାର ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲାଗୁ: ହର୍ଷ ବର୍ଦ୍ଧନ

By

Published : May 31, 2020, 10:51 PM IST

ନୂଆଦିଲ୍ଲୀ: ରବିବାର ସାରା ଦେଶ ବିଶ୍ବ ତମାଖୁ ନିଷେଧ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଟ୍ବିଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ତମାଖୁ ବିରୋଧରେ ଲଢେଇ ତାଙ୍କ ପାଇଁ ଏକ ବ୍ୟକ୍ତିଗତ ଯୁଦ୍ଧ ଏବଂ ସେ ତମାଖୁ ଏବଂ ଏହାର ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଚାହୁଁଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ENT ସର୍ଜନ ଭାବରେ ମୁଁ ପ୍ରଥମ ଥର ପାଇଁ ଜଣେ ପ୍ରତ୍ୟକ୍ଷଦର୍ଶୀ ହୋଇଥିଲି ଯେ ଏହି ନିଶାଦ୍ରବ୍ୟ କେବଳ ଯେ ବ୍ୟବହାରୀକାରୀଙ୍କ ଜୀବନକୁ ନଷ୍ଟ କରେନାହିଁ ବରଂ ସାରା ପରିବାରକୁ ନଷ୍ଟ କରିଦିଏ । ତମାଖୁ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପାଇଁ ମୁଁ ମୋର ମତ ରଖୁଛି । ବିଶ୍ୱ ତମାଖୁ ନିଷେଧ ଦିବସରେ ମୁଁ ତମାଖୁ ଏବଂ ଏହାର ଉତ୍ପାଦକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ପାଦନ ବନ୍ଦ କରିବାକୁ ନିବେଦନ କରୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁଯାୟୀ, ପ୍ରତିବର୍ଷ ତମାଖୁ ଶିଳ୍ପ ଏହାର ଉତ୍ପାଦର ବିଜ୍ଞାପନ ପାଇଁ 9 ଅରବ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ 68 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥାଏ । ବିଶେଷ କରି ଯୁବକମାନଙ୍କୁ ଟାର୍ଗେଟ କରାଯାଇଥାଏ । ଯେଉଁ କାରଣରୁ ପ୍ରତିବର୍ଷ ନିକୋଟିନ୍ ଏବଂ ତମାଖୁ ଉତ୍ପାଦ କାରଣରୁ 80 ଲକ୍ଷ ଲୋକ ନିଜ ପ୍ରାଣ ହରାଇଥାନ୍ତି ।

ଚଳିତ ବର୍ଷ ଏହି ଦିବସର ଅଭିଯାନ ହେଉଛି ଶିଶୁ ଏବଂ ଯୁବକମାନଙ୍କୁ ତମାଖୁ ଏବଂ ଆନୁଷଙ୍ଗିକ ଶିଳ୍ପ ମାଧ୍ୟମରେ ଶୋଷଣରୁ ରକ୍ଷା କରିବା । ଡବ୍ଲ୍ୟୁଏଚଓ ଏହା ମଧ୍ୟ କହିଛି ଯେ ବିଶ୍ୱ ମହାମାରୀ ସମୟରେ ମଧ୍ୟ ତମାଖୁ ଏବଂ ନିକୋଟିନ୍ ଶିଳ୍ପ ଏହି ଉତ୍ପାଦର ପ୍ରଚାର ପ୍ରସାର କରୁଛି । ଯାହା କୋରୋନା ସହ ଲଢିବାକୁ ଏବଂ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଲୋକଙ୍କ କ୍ଷମତାକୁ ହ୍ରାସ କରିଥାଏ ।

ABOUT THE AUTHOR

...view details