ନୂଆଦିଲ୍ଲୀ: ରକ୍ତର ସାମୟିକ ଅଭାବ ସମସ୍ୟା ଏବେ ସାରା ଦେଶରେ ଉତ୍କଟ ହେବାକୁ ଲାଗିଛି। ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଏଣିକି କର ବା ମର ଭଳି ପରିସ୍ଥିତିରେ ପହଞ୍ଚିଲେଣି। ଲକ୍-ଡାଉନ୍ ଯୋଗୁଁ ଦେଖା ଦେଇଥିବା ରକ୍ତର ସାମୟିକ ଅଭାବକୁ ଦୂର କରିବାକୁ ନିଆଯାଉଛି, ବିଭିନ୍ନ ପଦକ୍ଷେପ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ସ୍ବେଚ୍ଛାସେବୀ ସଂଗଠନ, ଏନଜିଓ ତଥା ବହୁ ଲୋକଙ୍କୁ ରକ୍ତ ଦାନ କରିବାକୁ ନିବେଦନ କରିଛନ୍ତି।
ଯାହା ଦ୍ୱାରା ଦେଶରେ ରକ୍ତାଭାବ ପରିସ୍ଥିତି ପୂରଣ ହେଵା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଷ୍ଟକ୍ ରହିବ। ଶାରୀରିକ ଦୂରତା ଉପରେ ନଜର ରଖି ଲୋକଙ୍କୁ ଲକ୍-ଡାଉନ୍ ୩.୦ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି। ମନ୍ତ୍ରୀ ଶ୍ରୀ ବର୍ଦ୍ଧନ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ବହୁ ସଂଖ୍ୟକ କୋଭିଡ୍-19 ଉତ୍ସର୍ଗୀକୃତ ଡାକ୍ତରଖାନା ରହିଛି। ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE)ଏବଂ ଭେଣ୍ଟିଲେଟର ଅଛି।