ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଚାଲାଣକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି । କେବଳ ସାଧାରଣ ନାଗରିକ ନୁହଁ ଖୋଦ ପୋଲିସ ବାବୁ ଏହି ଚାଲାଣ ଭରୁଛନ୍ତି । ତେବେ ଏତିକି ବେଳେ ହରିୟାଣାରେ ଏକ ପୋଲିସ ବାବୁଙ୍କର ସୋସିଆଲମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କିପରି ଚାଲାଣ କଟିବା ପରେ ଅଧିକ ଟଙ୍କା ଦେବାରୁ ବଞ୍ଚିତ ହେବେ ସେନେଇ କହିଛନ୍ତି ।
ପୋଲିସ ବାବୁଙ୍କ ଟିପ୍ସ, କେବଳ 100 ଟଙ୍କା ଦେଇ ଚାଲାଣରୁ ବଞ୍ଚନ୍ତୁ - Hariyana police man trick goes viral
ହରିୟାଣା ପୋଲିସ କର୍ମଚାରୀ ସୁନିଲ ସଙ୍ଘୁ ଫେସବୁକରେ ଏକ ଲାଇଭ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସଚେତନତା ଅଭାବରୁ ଲୋକମାନେ ଅଧିକ ଚାଲାଣ କାଟୁଛନ୍ତି । ତେଣୁ ଡକ୍ୟୁମେଣ୍ଟ ସାଙ୍ଗରେ ନ ନେଇଥିବା ହେତୁ କେବଳ 100 ଟଙ୍କା ପ୍ରତି ଡକ୍ୟୁମେଣ୍ଟ ବାବଦରେ ଦେଇ ନିଜ ଗାଡି ଆଣିପାରିବେ ।
ହରିୟାଣା ପୋଲିସ କର୍ମଚାରୀ ସୁନିଲ ସଙ୍ଘୁ ଫେସବୁକରେ ଏକ ଲାଇଭ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସଚେତନତା ଅଭାବରୁ ଲୋକମାନେ ଅଧିକ ଚାଲାଣ କାଟୁଛନ୍ତି । ତେଣୁ ଆପଣ ଚାଲାଣ କଟିବାର 15 ଦିନ ଭିତରେ ଆରଟିଓ ଅଫିସ ପହଞ୍ଚି ନିଜର ସମସ୍ତ ଡକ୍ୟୁମେଣ୍ଟସ୍ ଦେଖାଇ ପାରିବେ । ଏହାପରେ ଡକ୍ୟୁମେଣ୍ଟ ସାଙ୍ଗରେ ନ ନେଇଥିବା ହେତୁ କେବଳ 100 ଟଙ୍କା ପ୍ରତି ଡକ୍ୟୁମେଣ୍ଟ ବାବଦରେ ଦେଇ ନିଜ ଗାଡି ଆଣିପାରିବେ ।
ସୁନିଲଙ୍କ କହିବାନୁଯାୟୀ ଏମିତି ବହୁବାର ହୁଏ ଯେବେ ଲୋକଙ୍କ ପାଖରେ ଡକ୍ୟୁମେଣ୍ଟ ଥାଏ । କିନ୍ତୁ ଠିକ ସମୟରେ ସେମାନେ ଦେଖାଇ ପାରନ୍ତି ନାହିଁ । ତେଣୁ ଯଦି କୌଣସି ଚେକିଂ ସମୟରେ ଡକ୍ୟୁମେଣ୍ଟସ୍ ନାହିଁ ତେବେ ପରେ 100ଟଙ୍କା ପ୍ରତି ଡକ୍ୟୁମେଣ୍ଟ ଦେଇ ନିଜ ଗାଡି ନେଇ ଯାଇ ପାରିବେ । କିନ୍ତୁ ବିନା ହେଲମେଟରେ ଗାଡି ଚାଲାଇବା ପାଇଁ ଅଲଗା ଜୋରିମାନା ଲାଗିଥାଏ । ଏହାସହ ସେ ଏପରି କହିଛନ୍ତି ଯେ ଘରୁ ବାହାରିଲେ ଆମେ ଫୋନ, ଚାର୍ଜର, କି ପାୱାର ବ୍ୟାଙ୍କ ନେବା ପାଇଁ ଭୁଲୁ ନାହୁଁ । ହେଲେ ସବୁଠାରୁ ଜରୁରୀ ଗାଡିର କାଗଜପତ୍ର ଓ ହେଲମେଟ ଭୁଲି ଚାଲାଣ କାଟୁଛୁ । ସୁନିଲ ଭିଡିଓ ରେ ଏମିତି ମଧ୍ୟ କହିଛନ୍ତି ଯଦି ଚାଲାଣ ବାବଦରେ ଆପଣଙ୍କ ଠାରୁ କିଏ ଲାଞ୍ଚ ମାଗେ ତେବେ ତାହାର ଭିଡିଓ କରନ୍ତୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।