ଓଡିଶା

odisha

By

Published : Dec 25, 2019, 9:13 AM IST

ETV Bharat / bharat

ରାହୁଲ ଓ ପ୍ରିୟଙ୍କା ଜୀବନ୍ତ ପେଟ୍ରୋଲ ବୋମା: ଅନିଲ ବୀଜ

ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ହରିୟାଣା ମନ୍ତ୍ରୀ ଅନିଲ ବୀଜ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଟାକ୍ଷ କରିଛନ୍ତି । ସେମାନଙ୍କ ମୀରଟ ଗସ୍ତ ପରିପ୍ରେକ୍ଷୀରେ ଉଭୟଙ୍କୁ ସେ ପେଟ୍ରୋଲ ବୋମା ସହିତ ତୁଳନା କରିଛନ୍ତି ।

hariyana-minister-anil-vij-told-rahul-gandhi-and-priynaka-gandhi-live-petrol-bomb-over-caa
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ହରିୟାଣା ସରକାରର ମନ୍ତ୍ରୀ ଅନିଲ ବୀଜ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଟାକ୍ଷ କରିଛନ୍ତି । ସେମାନଙ୍କ ମୀରଟ ଗସ୍ତ ପରିପ୍ରେକ୍ଷୀରେ ଉଭୟଙ୍କୁ ସେ ପେଟ୍ରୋଲ ବୋମା ସହିତ ତୁଳନା କରିଛନ୍ତି । ସେମାନେ ଯୁଆଡେ ଯିବେ ନିଆଁ ଜଳିବ ବୋଲି କହିଛନ୍ତି ।

ଗତକାଲି ରାହୁଲ ଓ ପ୍ରିୟଙ୍କା ଉତ୍ତରପ୍ରଦେଶର ମୀରଟରେ ସିଏଏ ଦଙ୍ଗାରେ ପୀଡିତ ପରିବାରକୁ ଭେଟିବା ପାଇଁ ଯିବାବେଳେ ପୋଲିସ ଅଟକାଇଥିଲା । ମୀରଟରେ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ହିଂସା ଯୋଗୁଁ ପୋଲିସ ଗୁଳିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଛି । କଂଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କା ଠାରୁ ଦୂରେଇ ରୁହନ୍ତୁ ସେମାନେ ହେଉଛନ୍ତି ପେଟ୍ରୋଲ ବୋମା । ସେମାନେ ଯେଉଁ ଆଡେ ଯାଉଛନ୍ତି ନିଆଁ ଜଳୁଛି ଓ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହେଉଛି ବୋଲି ଅନୀଲ ବୀଜ କହିଛନ୍ତି ।

ଦେଶରେ ବିଭିନ୍ନ ଅଞ୍ଚଳରେ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ହିଂସା ପୋଡାଜଳା ଓ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ନାଗରିକତା ଆଇନକୁ ନେଇ ହିଂସା ସୃଷ୍ଟି ହେବା ଯୋଗୁଁ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିଲା । ନାଗରିକତା ସଂଶୋଧନ ଆଇନ ବଳରେ ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ଫ୍ରଦାୟର ହିନ୍ଦୁ,ଶିଖ,ଜୈନ,ପାର୍ସୀ,ବୌଦ୍ଧ ଓ ଖ୍ରୀଷ୍ଟୀୟାନ ଧର୍ମୀୟ ଉତ୍ପୀଡନାର ଶିକାର ହୋଇ 31ଡିସେମ୍ବର 2014 ପୂର୍ବରୁ ଭାରତରେ ଶରଣାର୍ଥୀ ଭାବରେ ବାସକରୁଛନ୍ତି ସେମାନଙ୍କୁ ଏହି ନାଗରିକତା ପ୍ରଦାନ କରାଯିବ ।

ABOUT THE AUTHOR

...view details