ଓଡିଶା

odisha

ETV Bharat / bharat

ହରିୟାଣାରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଦିଲ୍ଲୀକୁ ଦାୟୀ କଲେ ରାଜ୍ୟ ସରକାର - hariyana home minister

ରାଜ୍ୟରେ ବଢୁଥିବା କୋରୋନା ରୋଗୀଙ୍କ ପାଇଁ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ ପୁଣି ଥରେ ଦିଲ୍ଲୀକୁ ଦାୟୀ କରିଛନ୍ତି। ଅନିଲ ବିଜୟ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ଯୋଗୁଁ ହରିୟାଣାରେ କୋରୋନା ରୋଗୀ ବୃଦ୍ଧି ପାଉଛି।

hariyana home minister
ଦିଲ୍ଲୀକୁ ଦାୟୀ କଲା ରାଜ୍ୟ ସରକାର

By

Published : Apr 27, 2020, 2:14 PM IST

Updated : Apr 27, 2020, 3:07 PM IST

ଚଣ୍ଡୀଗଡ: ରାଜ୍ୟରେ ବଢୁଥିବା କୋରୋନା ରୋଗୀଙ୍କ ପାଇଁ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ ପୁଣି ଥରେ ଦିଲ୍ଲୀକୁ ଦାୟୀ କରିଛନ୍ତି। ଅନିଲ ବିଜୟ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ଯୋଗୁଁ ହରିୟାଣାରେ କୋରୋନା ରୋଗୀ ବୃଦ୍ଧି ପାଉଛି। ସେ କହିଛନ୍ତି, ଦିଲ୍ଲୀରେ ଥିବା ହରିୟାଣାର ଲୋକେ ପାସ୍ ପାଇବା ପରେ ପ୍ରତିଦିନ ସେଠାରୁ ଆସୁଛନ୍ତି ଓ ସାଥିରେ କୋରୋନା ଆଣୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ତାଙ୍କ କର୍ମଚାରୀଙ୍କ ରାଜଧାନୀରେ ରହିବାକୁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ବିଜୟ କହିଛନ୍ତି, ପ୍ରଥମେ ତବଲିଗୀ ଜମାତର ଲୋକମାନେ ଦିଲ୍ଲୀରୁ ହରିୟାଣାକୁ ଆସିଥିଲେ । ଯେଉଁଥିରୁ 120 ଜଣ କୋରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହା ବ୍ୟତୀତ ସୋନିପତରେ ଦିଲ୍ଲୀର 9 ଜଣ କୋରୋନା ଆକ୍ରାନ୍ତ ଥିବା ସେ ଦାବି କରିଛନ୍ତି। ପାନିପତରେ ଦିଲ୍ଲୀର ଜଣେ କର୍ମଚାରୀଙ୍କ ଭଉଣୀ କୋରୋନା ପଜିଟିଭ୍ ଥିଲେ । ସେ ସମାଲଖା ପୋଲିସ ଷ୍ଟେସନରେ ସବ-ଇନ୍ସପେକ୍ଟର ଥିଲେ । ଏହା ପରେ ତାଙ୍କ ପରିବାରକୁ କୋରୋନା ସଂକ୍ରମିତ ହୋଇଥିଲା ଏବଂ ସମଗ୍ର ସମଲଖା ପୋଲିସ ଷ୍ଟେସନକୁ କ୍ବାରେନଟାଇନ୍ କରିବାକୁ ପଡିଲା ।

ବିଜୟ କହିଛନ୍ତି, ‘ଆମେ ଦିଲ୍ଲୀ-ହରିୟାଣା ସୀମାକୁ ସିଲ୍ କରିଛୁ। କାହାକୁ ଆସିବାକୁ ଅନୁମତି ଦିଆଯାଉ ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କ ପରାମର୍ଶରେ ପାସ୍ ନେଇଥିବା ବ୍ୟକ୍ତିଙ୍କୁ ଅଟକାଯାଇପାରିବ ନାହିଁ। ତେଣୁ ଦିଲ୍ଲୀ ସରକାର ଲୋକମାନଙ୍କୁ ପାସ୍ ଦେବା ବଦଳରେ ସେଠାରେ ହିଁ ରଖିବା ବ୍ୟବସ୍ଥା କରନ୍ତୁ ’। ସେହିପରି ହରିୟାଣା ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି ଦିଲ୍ଲୀକୁ ପରିବା ଯୋଗାଣ କରିବନି ହରିୟାଣା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ପ୍ରକାଶଥାଉକି, ହରିୟାଣା ଅପେକ୍ଷା ଦିଲ୍ଲୀରେ ଅଧିକ କୋରୋନା ମାମଲା ରହିଛି। 3 ହଜାର କୋରୋନା ରୋଗୀ ଦିଲ୍ଲୀରେ ଅଛନ୍ତି ଓ ଏଥିପାଇଁ 54 ଜଣଙ୍କର ମୃତ୍ୟୁ ମଧ୍ୟ ହେଲାଣି । ଏଥିସହ ହରିୟାଣାରେ ମୋଟ 289 ଟି ମାମଲା ରୁଜୁ ହୋଇଛି ଯେଉଁଥିରେ 176 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

Last Updated : Apr 27, 2020, 3:07 PM IST

ABOUT THE AUTHOR

...view details