ଚଣ୍ଡିଗଡ: ଚଳିତ ବର୍ଷ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇସାରିଛି । ହେଲେ ରାଜ୍ୟରେ ନୂତନ ସରକାର ଗଠନ କରିବା ପାଇଁ କରିବା କୌଣସି ଦଳକୁ ଆବଶ୍ୟକୀୟ ବହୁମତ ମିଳିନାହିଁ । ହରିୟାଣାରେ କ୍ଷମତାସୀନ ଥିବା ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ବିଜେପି, ନଗଗଠିତ ଜନନାୟକ ଜନତା ପାର୍ଟି(ଜେଜେପି) ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବଳରେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିଛି ।
ହରିୟାଣାରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଓ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଶପଥ ଗ୍ରହଣ କରି ସାରିଛନ୍ତି । ଏହା ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ନୂତନ ମନ୍ତ୍ରୀମଣ୍ଡଳ ଗଠନ ନେଇ ସହମତି ହୋଇପାରୁନାହିଁ । ଗତ ଅକ୍ଟୋବର 27ରେ ଶପଥ ଗ୍ରହଣ ସାରିବା ପରେ ବିଧାନସଭାର ବିଶେଷ ଅଧିବେଶନ ପରେ ମନ୍ତ୍ରୀମଣ୍ଡଳ ଗଠନ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ । ଏହି ଅଧିବେଶନ ଚଳିତ ନଭେମ୍ବର 4ରୁ ଆରମ୍ଭ ହୋଇ 6ରେ ଶେଷ ହୋଇଛି । ଏହାର ପ୍ରଥମ ଦିନରେ ସମସ୍ତ ନବ ନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିଥିଲେ ।