ଓଡିଶା

odisha

ରାଜ୍ୟସଭାରେ ଏନଡିଏର ବାଜିମାତ, ଦ୍ବିତୀୟ ଥର ଉପାଧ୍ୟକ୍ଷ ହେଲେ ହରିବଂଶ

ବିରୋଧୀ ଦଳର ପ୍ରାର୍ଥୀଙ୍କୁ ହରାଇ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ଦଖଲ କରିଛି କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର । ଦ୍ବିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ଜନତା ଦଳ ୟୁନାଇଟେଡ ନେତା ହରିବଂଶ ନାରାୟଣ ସିଂହ । ଅଧିକ ପଢନ୍ତୁ...

By

Published : Sep 14, 2020, 7:57 PM IST

Published : Sep 14, 2020, 7:57 PM IST

ରାଜ୍ୟସଭାରେ ଏନଡିଏର ବାଜିମାତ, ଦ୍ବିତୀୟ ଥର ଉପାଧ୍ୟକ୍ଷ ହେଲେ ହରିବଂଶ
ରାଜ୍ୟସଭାରେ ଏନଡିଏର ବାଜିମାତ, ଦ୍ବିତୀୟ ଥର ଉପାଧ୍ୟକ୍ଷ ହେଲେ ହରିବଂଶ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ନିଜର ଶକ୍ତି ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି ଏନଡିଏ । ବିରୋଧୀ ଦଳର ପ୍ରାର୍ଥୀଙ୍କୁ ହରାଇ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ଦଖଲ କରିଛି କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର । ଏହାସହ ଦ୍ବିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ଜନତା ଦଳ ୟୁନାଇଟେଡ ନେତା ହରିବଂଶ ନାରାୟଣ ସିଂହ ।

ଜନତା ଦଳ ୟୁନାଇଟେଡ ନେତା ହରିବଂଶ ନାରାୟଣ ସିଂହ ଆରଜେଡି ପକ୍ଷରୁ ବିରୋଧୀ ଦଳର ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ ହରାଇ ରାଜ୍ୟସଭାର ଉପାଧ୍ୟକ୍ଷ ପଦରେ ବିଜୟ ହାସଲ କରିଛନ୍ତି । ତେବେ ଧ୍ବନୀ ମତରେ ହରିବଂଶ ବିଜେତା ଘୋଷିତ ହୋଇଛନ୍ତି । ହରିବଂଶଙ୍କ ଉପାଧ୍ୟକ୍ଷ ନିର୍ବାଚିତ ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

କିଏ ହରିବଂଶ ନାରାୟଣ ସିଂହ ?

30 ଜୁନ 1956 ରେ ବିହାର ବଲିଆ ଜିଲ୍ଲାର ସୀତାବଦିୟାରା ଗାଁରେ ହରିବଂଶଙ୍କ ଜନ୍ମ । ସେ ଜେପି ଆନ୍ଦୋଳନ ଦ୍ବାରା ବେଶ ପ୍ରଭାବିତ ହୋଇଥିଲେ । ହରିବଂଶ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଅର୍ଥନୀତି ଏବଂ ସାମ୍ବାଦିକତାରେ ଡିପ୍ଲୋମା ଶିକ୍ଷା ଗ୍ରହଣ କରିବା ପରେ ଟାଇମ୍ସ ଗ୍ରୁପ୍ ସହିତ ଯୋଡି ହୋଇ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

ବ୍ୟାଙ୍କ ଚାକିରୀ କରିଥିଲେ ହରିବଂଶ

ଏହା ପରେ ହରିବଂଶଙ୍କୁ ସାପ୍ତାହିକ ପତ୍ରିକା ଧର୍ମଗୁଗର ଦାୟିତ୍ବ ପ୍ରଦାନ କରାଯାଇଥିଲା | ସେ 1981 ପର୍ଯ୍ୟନ୍ତ ଧର୍ମଯୁଗର ଉପ-ସମ୍ପାଦକ ଥିଲେ । ଏହା ପରେ ସେ ସାମ୍ବାଦିକତା ଛାଡି ହାଇଦ୍ରାବାଦ ଏବଂ ପାଟନାରେ 1981ରୁ 1984 ପର୍ଯ୍ୟନ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଯୋଗ ଦେଇଥିଲେ । 1984ରେ ହରିବଂଶ ପୁନର୍ବାର ସାମ୍ବାଦିକତାକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ 1989 ପର୍ଯ୍ୟନ୍ତ ଆନନ୍ଦ ବଜାର ପତ୍ରିକାର ସହଯୋଗୀ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ ।

2014ରେ ପ୍ରଥମ ଥର ସାଂସଦ ହେଲେ ହରିବଂଶ

90 ଦଶକରେ ହରିବଂଶ ବିହାରର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ଯୋଗ ଦେଇଥିଲେ । ଏଠାରେ ସେ ଦୁଇ ଦଶକରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି | ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହରିବଂଶ ବିହାର ସହ ଜଡିତ ଗମ୍ଭୀର ସମସ୍ୟା ବିରୋଧରେ ସ୍ବର ଉଠାଉଥିଲେ । ଏହି ସମୟ ମଧ୍ୟରେ ସେ ନୀତୀଶ କୁମାରଙ୍କ ନିକଟତର ହୋଇଥିଲେ । ଏହାପରେ ହରିବଂଶଙ୍କୁ ଜେଡିୟୁର ସାଧାରଣ ସମ୍ପାଦକ କରାଯାଇଥିଲା । 2014ରେ ଜେଡିୟୁ ହରିବଂଶଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲା ​​ଏବଂ ଏହିପରି ସେ ପ୍ରଥମ ଥର ପାଇଁ ସଂସଦରେ ପାଦ ଥାପିଥିଲେ ।

ABOUT THE AUTHOR

...view details