ଓଡିଶା

odisha

ETV Bharat / bharat

40 ମହିଳାଙ୍କ ହାତରେ କ୍ଲିନ କେରଳ ଦାୟିତ୍ବ - no single use plastic

ପ୍ଲାଷ୍ଟିକ ମୁକ୍ତ ଗଠନରେ କେରଳର କୋଲ୍ଲମ ଜିଲ୍ଲାର ମହିଳାଙ୍କ ଅଭିନବ ପଦକ୍ଷେପ । ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ଗଠନ ପାଇଁ 40ଜଣ ମହିଳା ହାତକୁ ହାତ ମିଶାଇଛନ୍ତି । ଆଉ ପ୍ଲାଷ୍ଟିକ ବିରୋଧରେ କରୁଛନ୍ତି ଲଢେଇ । ଅଧିକ ପଢନ୍ତୁ...

FIGHT AGAINST PLASTIC
କେରଳରେ ହରିଥା କର୍ମ ସେନାର କମାଲ, ପ୍ଲାଷ୍ଟିକ ମୁକ୍ତ ହେଉଛି ପଞ୍ଚାୟତ

By

Published : Dec 30, 2019, 7:59 AM IST

କୋଲ୍ଲମ: ପ୍ଲାଷ୍ଟିକ ମୁକ୍ତ ସହର ଗଠନ ପାଇଁ ଅଣ୍ଟା ଭିଡିଛନ୍ତି ମହିଳା । କେରଳର କୋଲ୍ଲମ ଜିଲ୍ଲା ପରିନାଡ ଗାଁର ପ୍ରାୟ 40ଜଣ ମହିଳା ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ମହିଳାଙ୍କ ଏଭଳି ପ୍ରୟାସ ଯୋଗୁଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏମାନଙ୍କୁ ଉଦାହରଣ ରୂପେ ବାଛିଛନ୍ତି । ଆଉ ଏମାନେ କେବଳ ପ୍ଲାଷ୍ଟିକ ବିରୋଧରେ ସଂଗ୍ରାମ କରୁ ନାହାନ୍ତି, ପ୍ଲାଷ୍ଟିକ ମୁକ୍ତ ଦେଶ ଗଠନ ପାଇଁ ଦେଶବାସୀଙ୍କୁ ଉଚିତ୍ ଶିକ୍ଷା ମଧ୍ୟ ଦେଉଛନ୍ତି ।

କେରଳରେ ହରିଥା କର୍ମ ସେନାର କମାଲ, ପ୍ଲାଷ୍ଟିକ ମୁକ୍ତ ହେଉଛି ପଞ୍ଚାୟତ

ଏପଟେ ପଞ୍ଚାୟତକୁ ସଫା ରଖିବା ପାଇଁ ଗଠନ କରାଯାଇଛି ହରିଥା କର୍ମ ସେନା ନାମକ ଏକ ଗୋଷ୍ଠୀ । ଏହି ଗୋଷ୍ଠୀ ପ୍ରତ୍ୟେକ ଘରୁ ଅଳିଆ ଆବର୍ଜନା ସଂଗ୍ରହ କରି ଏହାକୁ ଏକାଠି କରନ୍ତି । ପରେ ଆବର୍ଜନାରୁ ପାଉଡର କରିବାକୁ ସଫାସୁତୁରା ପାଇଁ ପ୍ରୋସେସିଂ ୟୁନିଟକୁ ନିଆଯାଏ । ପୁଣି ସେଠାରୁ ସଂଶୋଧିତ ପାଉଡରକୁ ‘କ୍ଲିନ କେରଳ’ କମ୍ପାନୀକୁ ପଠାଯାଏ । ଏହି ପାଉଡରକୁ ପିଚୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଏ ।

ଅନ୍ୟପଟେ ହରିଥା ଗୋଷ୍ଠୀକୁ ଚଳାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ବିଜୟଲକ୍ଷ୍ମୀ, ଅମ୍ବିଲୀ ଓ ଶ୍ରିଲୀ । ଏମାନେ 24ଘଣ୍ଟା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଉ ହରିଥା ସେନାର ଏଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ଏପରିକି ପ୍ଲାଷ୍ଟିକ ସମସ୍ୟାକୁ ଶେଷ କରିବାକୁ ପଡୋଶୀ ପଞ୍ଚାୟତବାସୀ ମଧ୍ୟ ପରିନାଡର ସହଯୋଗ କାମନା କରିଛନ୍ତି ।

ହରିଥା ସେନାର ଏଭଳି ଅଭିନବ ପଦକ୍ଷେପର ଚାହିଦା ଢେର୍ ରହିଛି । ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଆଗକୁ ଇଲୋକ୍ଟ୍ରୋନିକ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍ ବସାଇବାକୁ ଲକ୍ଷ୍ୟ କରିଛି ପଞ୍ଚାୟତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details