ଓଡିଶା

odisha

By

Published : Apr 21, 2019, 11:52 AM IST

ETV Bharat / bharat

ଜୀବନ ପ୍ରତି ବିପଦ, ସୁରକ୍ଷା ଲୋଡିଲେ ହାର୍ଦ୍ଦିକ ପଟେଲ

ଏକ ସାଧାରଣ ସଭାରେ ଚାପୁଡା ଖାଇବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ଏହା ସହ ସେ ଜାମନଗରରେ କରିବାକୁ ଥିବା ରାଲି ପାଇଁ ପୋଲିସ ସୁରକ୍ଷା ମାଗିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ଗୁଜୁରାଟ: ଏକ ସାଧାରଣ ସଭାରେ ଚାପୁଡା ଖାଇବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ଏହା ସହ ସେ ଜମନଗରରେ କରିବାକୁ ଥିବା ରାଲି ପାଇଁ ପୋଲିସ ସୁରକ୍ଷା ମାଗିଛନ୍ତି । ଏନେଇ ସେ ଜାମନଗର ଏସପିଙ୍କୁ ଚିଠି ଲେଖି ତାଙ୍କୁ ସୁରକ୍ଷା ଦେବା ପାଇଁ କହିଛନ୍ତି ।

ଏସପିଙ୍କୁ ଚିଠି ଲେଖି ସେ ଦର୍ଶାଇଛନ୍ତି, ନିର୍ବାଚନ ପାଇଁ ଜାମନଗରରେ ସେ ଏକ ରୋଡ ସୋ କରିବାକୁ ଯାଉଛନ୍ତି । ହେଲେ ତାଙ୍କ ସୂତ୍ରାନୁଯାୟୀ ସେଠାରେ ତାଙ୍କୁ ଅତର୍କିତ ଆକ୍ରମଣ ହୋଇପାରେ ତେଣୁ ରାଲି ସମୟରେ ସୁରକ୍ଷା ଯୋଗାଇବାକୁ ସେ କହିଛନ୍ତି ।

ସୂଚନାଥାଉକି, ହାର୍ଦ୍ଦିକ ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ଶକ୍ତ ଚାପୁଡା ମାରିଥିଲା । ତେବେ ଏହା ପରଠୁ ସେ ଭୟଭୀତ ହୋଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details