ଓଡିଶା

odisha

ETV Bharat / bharat

ଘରୋଇ ବିମାନ ସେବାକୁ ଧନ୍ୟବାଦ ଜଣାଇଲେ ହରଦ୍ବୀପ ସିଂ ପୁରୀ - ହରଦ୍ବୀପ ସିଂ ପୁରୀ

ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ସହ ହାତ ମିଳାଇଥିବା ଘରୋଇ ପରିବହନକାରୀଙ୍କ ସହାୟତାରେ ସ୍ବଦେଶ ଫରୁଛନ୍ତି ବିଦେଶରେ ଫସି ରହିଥିବା ଲକ୍ଷଲକ୍ଷ ଭାରତୀୟ । ଯେଉଥିପାଇଁ ଧନ୍ୟବାଦ ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ।

_bande bharat mission
ଘରୋଇ ବିମାନ ସେବାକୁ ଧନ୍ୟବାଦ ଜଣାଇଲେ ହରଦ୍ବୀପ ସିଂ ପୁରୀ

By

Published : Jun 22, 2020, 11:03 AM IST

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ସହ ହାତ ମିଳାଇଥିବା ଘରୋଇ ପରିବହନକାରୀଙ୍କ ସହାୟତାରେ କେନ୍ଦ୍ର ସରକାର ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ କହିଛନ୍ତି ।

ଘରୋଇ ପରିବହନ ସେବା @ଏୟାର ଭିସ୍ତାରା @ ଇଣ୍ଡିଗୋ @ଗୋଏୟାରଲାଇନ୍ସଇଣ୍ଡିଆ @ଏମଇଏଇଣ୍ଡିଆ ଏବଂ ବିଦେଶରେ ଆମର ମିଶନ ସହିତ ମିଳିତ ହୋଇ ଆମେ ବନ୍ଦେ ଭାରତ ମିଶନ ଅଧୀନରେ ଅଧିକ ସଂଖ୍ୟକ ଭାରତୀୟଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଛୁ । ସୋମବାର 6084 ଭାରତୀୟ ବିଦେଶରୁ ଫେରିବେ ବୋଲି ହରଦ୍ବିପ ସିଂ ପୁରୀ ଟ୍ବିଟ କରି କହିଛନ୍ତି ।

ତେବେ କୋରୋନା ମହାମାରୀରେ ଲକଡାଉନ କାରଣରୁ ବହୁ ଭାରତୀୟ ବିଦେଶରେ ଫସି ରହିଥିଲେ । ଏଣୁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଅଧିନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ମିଶନ ଜାରି ରଖିଛନ୍ତି । ତେବେ ଗତ ମେ 7ରେ ପ୍ରଥମେ ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ।

ଏହି ମିଶନର ତୃତୀୟ ଫେଜ ଜୁନ୍ 11ରୁ ଆରମ୍ଭ ଆରମ୍ଭ ହୋଇଛି । ଯାହା ଜୁନ୍ 30 ଯାଏଁ ଚାଲିବ । ତେବେ ତୃତୀୟ ଫେଜରେ ଭାରତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ 191ଟି ଫିଡର୍ ବିମାନ ସହିତ 550 ବିମାନ ଚଳାଚଳ କରୁଛି। ଗତ ମାସରେ ବିଦେଶରେ ଫସି ରହିଥିବା 250087 ଭାରତୀୟ ନାଗରିକଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅତିରିକ୍ତ ବିମାନ ସେବାକୁ ମଧ୍ୟ ଅନୁମୋଦନ କରିଛନ୍ତି।

ABOUT THE AUTHOR

...view details