ଭୋପାଳ: ସୋମବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା । ନଡ୍ଡାଙ୍କ ଦାୟିତ୍ବ ଗ୍ରହଣ ପରେ ବିଜେପି ନେତା, କର୍ମୀଙ୍କ ବ୍ୟତିତ ନଡ୍ଡାଙ୍କ ଶ୍ବଶୁରଘରେ ମଧ୍ୟ ଖୁସିର ମାହୋଲ । ସଂପ୍ରତି ମଧ୍ୟପ୍ରଦେଶ ଜବଲପୁରରେ ରହୁଛନ୍ତି ନଡ୍ଡାଙ୍କ ଶ୍ବଶୁର ଘର । ସୋମବାର ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ ନଡ୍ଡା ଦଳର ଦାୟିତ୍ବ ଗ୍ରହଣ କରୁଥିବା ବେଳେ ଶ୍ବଶୁର ଘରେ ଚାଲିଥିଲା ଉତ୍ସବ । ପରିବାରର ସମସ୍ତ ସଦସ୍ୟ ବାଣ ଫୁଟାଇବା ସହ ମିଠା ବଣ୍ଟନ କରି ନଡ୍ଡାଙ୍କୁ ଶୁଭେଛା ଜଣାଇଥିଲେ ।
ନଡ୍ଡା ବିଜେପି ଅଧ୍ୟକ୍ଷ ହେବାପରେ ତାଙ୍କ ଶାଶୁ ତଥା ଜବଲପୁରର ପୂର୍ବତନ ସାଂସଦ ଜୟଶ୍ରୀ ବାନାର୍ଜୀ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ଖାଲି ପାର୍ଟିକୁ ଫାଇଦା ହେବ ନାହିଁ ବଂର ଜବଲପୁର ପାଇଁ ମଧ୍ୟ ଫାଇଦା ହେବ । ଏହାସହ ସେ କହିଛନ୍ତି ଦଳ ପାଇଁ ସେ ସମସ୍ତ ଶକ୍ତି ଲଗାଇ କାମ କରିବେ । ସଂପ୍ରତି ବିଜେପି ପାଇଁ ଯେଉଁ ସବୁ ଆହ୍ବାନ ସୃଷ୍ଟି ହୋଇଛି ଓ ବା ଆଗକୁ ହେବ ସେସବୁ ନଡ୍ଡା ସଫଳତାର ସହ ସମାଧାନ କରିପାରିବେ ।