ଓଡିଶା

odisha

‘ହାପି ଫ୍ରେଣ୍ଡସିପ୍‌ ଡେ’

By

Published : Aug 4, 2019, 6:49 AM IST

ବନ୍ଧୁତା ଦିବସ ବା ଫ୍ରେଣ୍ଡସିପ୍ ଡେ । ସମସ୍ତଙ୍କ ପାଇଁ ଏହାର ପରିଭାଷ। ଭିନ୍ନ ଓ ବନ୍ଧୁ ପ୍ରତି ବନ୍ଧୁର ସମ୍ବନ୍ଧ ଅବର୍ଣ୍ଣନୀୟ । ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ । ପ୍ରକୃତ ବନ୍ଧୁ ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ । ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ । ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ ।

ଫାଇଲ ଫଟୋ

ହାଇଦ୍ରାବାଦ: ବନ୍ଧୁତ୍ବ ଦିବସ । ଇଂରାଜୀରେ କହିଲେ ‘ଫ୍ରେଣ୍ଡସିପ୍‌ ଡେ’। ତେବେ କଣ ଏହି ବନ୍ଧୁତ୍ବ ଦିବସ ? କଣ ଏହାର ପରିଭାଷା ? ଏହାକୁ ପାଳନ କରିବା ପଛରେ କଣ ରହିଛି ଉଦ୍ଦେଶ୍ୟ ? ଆଶା ଏହି ଲେଖା ମାଧ୍ୟରେ ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରିବୁ । ତେବେ ଜାଣିବା ପାଇଁ ପଢନ୍ତୁ...

ବନ୍ଧୁତ୍ବର ପରିଭାଷା

ବନ୍ଧୁତା ଦିବସ ବା ଫ୍ରେଣ୍ଡସିପ୍ ଡେ । ସମସ୍ତଙ୍କ ପାଇଁ ଏହାର ପରିଭାଷ। ଭିନ୍ନ । ବନ୍ଧୁଟିଏ କାହା ପାଇଁ ଏହା ପ୍ରେମ ତ କାହା ପାଇଁ ବିଶ୍ବାସ ହୋଇଥାଏ । ବନ୍ଧୁତା ସାଗର ଠାରୁ ଅଧିକ ଗଭିରତା ଏବଂ ନୀଳ ଆକାଶ ଭଳି ସୀମା ହୀନ । ଏହା ପୁଣି କାହା ପାଇଁ ଭଗବାନଙ୍କର ଏକ ଅମୂଲ୍ୟ ଉପହାର । ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ । ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ, ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ । ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ ।

ଫାଇଲ ଫଟୋ

ଏହି ସମ୍ପର୍କ ରକ୍ତର ନୁହେଁ । ମାତ୍ର ରକ୍ତ ସମ୍ପର୍କଠାରୁ ଏହା ଅଧିକ ମଜବୁତ୍ । ପଦିଏ କଥାରୁ ଆରମ୍ଭ ହୋଇଥାଏ ଆଉ ଜୀବନର ଲମ୍ବା ରାସ୍ତାର ଆପଣଙ୍କ ସାଥୀ ସାଜିଥାଏ ଏହି ବନ୍ଧୁତ୍ବ । ଏ ସମ୍ପର୍କ ଭଳି ସମ୍ପର୍କ ନାହିଁ । କେତେ ଯେ ମଧୁର ଏହି ସମ୍ପର୍କ କେବଳ ସିଏ ଜାଣିଥାଏ ଯିଏ ଏହାକୁ ସଚ୍ଚଟତାର ସହ ନିଭାଇ ଥାଏ । ବନ୍ଧୁ ତ ଅନେକ । ମାତ୍ର ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ବିଷୟରେ ସବୁ ଜାଣି ମଧ୍ୟ ଆପଣଙ୍କୁ ସର୍ବସମ୍ମୁଖରେ ଗ୍ରହଣ କରିଥାଏ ।

ଫାଇଲ ଫଟୋ
ଫାଇଲ ଫଟୋ

ବନ୍ଧୁତ୍ବ ଅନେକ ପ୍ରକାର । ସେ ଆପଣଙ୍କ ପିଲାବେଳ, ସ୍କୁଲ, କଲେଜ କିମ୍ବା ଅଫିସ୍ ସାଥୀ ହୋଇପାରନ୍ତି । ମାତ୍ର ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ଜଟିଳ ପରିସ୍ଥିତିରେ ଆପଣଙ୍କ ସହ ଛାଇ ପରି ରହିଥାଏ । ଏହାକୁ ନେଇ ଅନେକ ତଥ୍ୟ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି । ବନ୍ଧୁତ୍ବର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ଏବଂ ଭକ୍ତ ସୁଦାମା ।

ଫାଇଲ ଫଟୋ

ଫ୍ରେଣ୍ଡସିପ୍ ଡେ ପାଳନ ପଛର ଉଦ୍ଦେଶ୍ୟ

ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଉ ଏହା ବନ୍ଧୁତାକୁ ବଜାୟ ରଖିବା ପାଇଁ ଏବଂ ନିଜର ଭଲ ବନ୍ଧୁଙ୍କୁ ମନେପକାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡେ' ଭାବରେ ପାଳନ କରାଯାଏ ।

ଫାଇଲ ଫଟୋ

ଏହି ଦିନ ସାଙ୍ଗମାନେ ପରସ୍ପରକୁ ଚକଲେଟ, ଗ୍ରିଟିଙ୍ଗସ କାର୍ଡ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ଏହାସହ ନିଜର ବନ୍ଧୁତ୍ବ ଜଣାଇବା ପାଇଁ ଜଣେ ଆଉ ଜଣଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ପୂର୍ବରୁ ଏହା କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି । ତେବେ ଏବର୍ଷ ଅଗଷ୍ଟ ୪ ତାରିଖ ଅର୍ଥାତ ଆଜି ପାଳନ କରାଯାଉଛି ଏହି ବନ୍ଧୁତ୍ବ ଦିବସ ।

ଫାଇଲ ଫଟୋ

‘ଫ୍ରେଣ୍ଡସିପ ଡେ’ର ଇତିହାସ

ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହେଉଥିବା ଫ୍ରେଣ୍ଡସିପ ଡେ’ଏବେ ଖୁବ୍ ଲୋକପ୍ରିୟ । ଆଉ ଏହାର ଏକ ପ୍ରମୁଖ ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ତେବେ ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁୱେରେ ଏହାକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିଲା ।

ଫାଇଲ ଫଟୋ


ଅନ୍ତର୍ଜାତୀୟ ବନ୍ଧୁତା ଦିବସ

ଭାରତ ବ୍ୟତିତ ଦକ୍ଷିଣ ଏସିଆରରେ ଅଗଷ୍ଟର ପ୍ରଥମ ରବିବାରକୁ 'ଫ୍ରେଣ୍ଡସିପ ଡେ' ରୂପରେ ପାଳନ କରାଯାଏ । ମାତ୍ର କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ 8 ଅପ୍ରେଲରେ ଏହି ଦିନକୁ ପାଳନ ହୁଏ ।

ABOUT THE AUTHOR

...view details