ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ଦେଶରେ ଜାରି ରହିଛି ଲକଡାଉନ । ଯାହାକୁ ନେଇ ସମସ୍ତ ଶିକ୍ଷାନୁଷ୍ଠା ବନ୍ଦ ରହିଛି । ଯାହାଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଚି ହେଉଛି । ଆଉ ଏହାକୁ ଦୂର କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଘରେ ବସି ହାପିନେସ କ୍ଲାସ କରିପାରିବେ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
କୋରୋନା ପ୍ରଭାବ: ଦିଲ୍ଲୀରେ ଆରମ୍ଭ ହେଲା ହାପିନେସ କ୍ଲାସ - manosh sisodia
ଲକାଡାଉନରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଯେପରି ସନ୍ତୁଳନ ଠିକ ରହିବ ସେନେଇ ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି । ଅଧିକ ପଢନ୍ତୁ....
ଦିଲ୍ଲୀରେ ଆରମ୍ଭ ହେଲା ହାପିନେସ କ୍ଲାସ
ଯାହାକୁ ନେଇ ଆଜି(ରବିବାର) ଠାରୁ ଦିଲ୍ଲୀରେ ପ୍ରାୟ 8 ଲକ୍ଷ ପିଲାଙ୍କ ପାଇଁ ଆରମ୍ଭ ହୋଇଛି ହାପିନେସ କ୍ଲାସ । ମନୀଷ ସିସୋଦିଆଙ୍କ ନିକଟରେ ଦିଲ୍ଲୀର ଶିକ୍ଷା ବିଭାଗ ମଧ୍ୟ ରହିଛି । ରାଜଧାନୀର ସରକାରୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ପାଠ୍ୟକ୍ରମରେ ହାପିନେସ କ୍ଲାସକୁ ଅନ୍ତର୍ଭୁକ୍ତ କରାଯାଇଛି । ଦିଲ୍ଲୀର ସରକାରୀ ବିଦ୍ୟାଳୟର ଏହି କ୍ଲାସ ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି ।