ହାଇଦ୍ରାବାଦ: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ୱିକ୍। ପ୍ରଥମ ଦିନ ରୋଜ ଡେ'ରୁ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ଦିନ ପ୍ରପୋଜ୍ ଡେ' ପରେ ତୃତୀୟ ଦିନ ଚକୋଲେଟ ଡେ'। ଆଜି ହେଉଛି ସେହି ପ୍ରେମରେ ମିଠାସ୍ ଭରିବାର ଦିନ ବା ଚକୋଲେଟ ଡେ' । ଯେଉଁ ଦିନ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଖୁଆଇ ପ୍ରେମରେ ଥିବା ମିଠାପଣକୁ ଦ୍ବିଗୁଣିତ କରନ୍ତି।
ହାପି ଚକୋଲେଟ ଡେ', ସ୍ବତନ୍ତ୍ର ଅନୁଭବ କରାଏ ଖଣ୍ଡେ ଚକୋଲେଟ ଏହି ଦିନ ଗୁଡିକ ପ୍ରେମୀ ଯୁଗଳଙ୍କ ପାଇଁ ଖୁବ୍ ଖାସ୍ ଅଟେ। କାରଣ ପ୍ରେମର ଭାଷାକୁ ସଠିକ୍ ଢଙ୍ଗରେ ପରିପ୍ରକାଶ କରିବାର ଏହି ସପ୍ତାହ ହେଉଛି ସର୍ବୋକୃଷ୍ଠ। ପ୍ରେମମାନେ ନା ଦିନ, ରାତି ଓ ବର୍ଷା, ଶୀତ। ଆଉ ଏହାର କୌଣସି ସଂଜ୍ଞା କି ସରହଦ ନଥାଏ । ଏଥିରେ କିଛି ପାଇବାର ଆଶା କମ୍ ଉତ୍ସର୍ଗ ହିଁ ଅଧିକ ରହିଥାଏ।
ହାପି ଚକୋଲେଟ ଡେ', ସ୍ବତନ୍ତ୍ର ଅନୁଭବ କରାଏ ଖଣ୍ଡେ ଚକୋଲେଟ ଆଜିର ଦିନଟି ସମସ୍ତଙ୍କ ବେଶ ପସନ୍ଦ। କାରଣ ଚକୋଲେଟ ମଧ୍ୟ ପିଲାଠୁ ବୁଢା ସମସ୍ତଙ୍କ ଖୁବ୍ ପ୍ରିୟ। କେବଳ ପ୍ରେମୀ ଯୁଗଳ ନୁହେଁ ନିଜର ସବୁଠୁ ଖାସ୍ ଲୋକ କିମ୍ବା ବନ୍ଧୁଙ୍କୁ ମଧ୍ୟ ଆପଣ ତାଙ୍କ ପସନ୍ଦ ମୁତାବକ ଚକୋଲେଟ ଦେଇ ଖୁସି କରିପାରିବେ। ଯଦି ପୂର୍ବରୁ କେହି ସାଙ୍ଗ ଆପଣଙ୍କ ଉପରେ ରାଗିଛନ୍ତି କିମ୍ବା ମନୋମାଳିନ୍ୟ ଅଛି ତେବେ ଚକୋଲେଟ ଖୁଆଇ ତାଙ୍କୁ ମନାଇବା ସହ ରାଗକୁ ଦୂର କରନ୍ତୁ।
ହାପି ଚକୋଲେଟ ଡେ', ସ୍ବତନ୍ତ୍ର ଅନୁଭବ କରାଏ ଖଣ୍ଡେ ଚକୋଲେଟ ଭାଲେଣ୍ଟାଇନ ୱିକରେ ଚକୋଲେଟର ମହତ୍ତ୍ବ...
1. ଆଜଟେକ୍ ଓ ମାୟାସଙ୍କ ସମୟରୁ ଚକୋଲେଟକୁ ଏକ ସନ୍ତୁଳନକାରୀ ଆଇଟମ ଭାବେ ପରିଗଣିତ କରାଯାଏ ।
2. ଗ୍ରୀକଙ୍କ ଭାଷାରେ ଚକୋଲେଟ ହେଉଛି ଦେବତାଙ୍କ ଖାଦ୍ୟ। କାରଣ ଏହା କୋକୋ ଗଛରୁ ପ୍ରସ୍ତୁତ ହୋଇଥାଏ। ଯାହାକୁ ଥିଓବ୍ରୋମା କାକୋ ମଧ୍ୟ କୁହାଯାଏ ।
3. ଡାର୍କ ଚକୋଲେଟ୍ ମଧ୍ୟମ ପରିମାଣରେ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ । ହୃଦୟ ଏବଂ ମନକୁ ସୁସ୍ଥ ରଖିବା ପାଇଁ ଏହା ବିଶେଷ ଉପାଦେୟ।
ହାପି ଚକୋଲେଟ ଡେ', ସ୍ବତନ୍ତ୍ର ଅନୁଭବ କରାଏ ଖଣ୍ଡେ ଚକୋଲେଟ 4. ଡାର୍କ ଚକୋଲେଟ୍ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ରହିଥାଏ ବୋଲି ଜଣାଶୁଣା । ଚକୋଲେଟରେ ଭଲ ଗୁଣ ହେଲା ଏଥିରେ ଅନେକ ଗୁଡିଏ ଶରୀର ଉପାଦୟୀ ଉପାଦନ ଅଛି । ଏହା କେବଳ ସ୍ବାଦ ନୁହେଁ ଅନ୍ୟକୁ ସ୍ବତନ୍ତ୍ର ଅନୁଭବ କରାଏ ।
5. ଚକୋଲେଟ୍ ବାକ୍ସର ଏକ ଉପହାର ପଠାଇବା ଏକ ଭର୍ଚୁଆଲ୍ ଆଲିଙ୍ଗନ ପରି । ଚକୋଲେଟ ପ୍ରେମର ପ୍ରତୀକ ହେବା ବ୍ୟତୀତ, ଜଣକ ଅବସାଦଗ୍ରସ୍ତ ମନକୁ ଖୁସିରେ ଭରିଦିଏ। ଏହାସହ ଦୂରରେ ଥିବା ଲୋକର ମଧ୍ୟ ମନୋବଳକୁ ବୃଦ୍ଧି କରି ପୁରୁଣା ସମ୍ପର୍କକୁ ପୁନଃ ଜାଗ୍ରତ କରେ।