ଓଡିଶା

odisha

ETV Bharat / bharat

ଧର୍ମେନ୍ଦ୍ର ପ୍ରଧାନ@51, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା - petroleum and natural gas minister

ଆଜି କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ। ଏନେଇ ବିଭିନ୍ନ ମହଲରୁ ହେଭିୱେଟଙ୍କ ପକ୍ଷରୁ ଛୁଟିଛି ଶୁଭେଚ୍ଛାର ସୁଅ।

ଧର୍ମେନ୍ଦ୍ର ପ୍ରଧାନ@51, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା
ଧର୍ମେନ୍ଦ୍ର ପ୍ରଧାନ@51, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା

By

Published : Jun 26, 2020, 12:37 PM IST

Updated : Jun 26, 2020, 12:46 PM IST

ଭୁବନେଶ୍ବର: ଆଜି କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ। ଏନେଇ ବିଭିନ୍ନ ମହଲରୁ ହେଭିୱେଟଙ୍କ ପକ୍ଷରୁ ଛୁଟିଛି ଶୁଭେଚ୍ଛାର ସୁଅ। ତେବେ 1969 ଜୁନ୍ 26ରେ ଜନ୍ମଗ୍ରହଣ କରିଥିବା ଧର୍ମେନ୍ଦ୍ର ଆଜି 51 ବର୍ଷରେ ପାଦ ଥାପିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

''ମୋର ମନ୍ତ୍ରୀମଣ୍ଡଳର ସହକର୍ମୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ପେଟ୍ରୋଲିୟମ ଏବଂ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଭାବଶାଳୀ ଅବଦାନ ରଖିଛନ୍ତି । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି'' ବୋଲି ମୋଦି ଟ୍ବିଟ କରି ଲେଖିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ@51, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା

ସେହିପରି ଶାହା ଟ୍ବିଟ କରି ଲେଖିଛନ୍ତି, ''ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ଜଣେ ପରିଶ୍ରମୀ ଏବଂ ଶକ୍ତିଶାଳୀ କ୍ୟାବିନେଟ୍ ସହକର୍ମୀ। ଯିଏ ପେଟ୍ରୋଲିୟମ ଏବଂ ଇସ୍ପାତ କ୍ଷେତ୍ରର ରୂପାନ୍ତର ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ସର୍ବଶକ୍ତିମାନଙ୍କୁ ପ୍ରାର୍ଥନା କରୁଛି।''

ଧର୍ମେନ୍ଦ୍ର ପ୍ରଧାନ@51, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରିବା ସହ ଉତ୍ତମ କାର୍ଯ୍ୟ ପାଇଁ ଇଟିଭି ଭାରତ ପରିବାର ପକ୍ଷରୁ ଜନ୍ମଦିନର ଢେରସାରା ଶୁଭେଚ୍ଛା ଓ ଶୁଭକାମନା।

Last Updated : Jun 26, 2020, 12:46 PM IST

ABOUT THE AUTHOR

...view details