ଓଡିଶା

odisha

ETV Bharat / bharat

ଦିବ୍ୟ ପ୍ରତିଭାର ଅଧିକାରୀ ଦିବ୍ୟାଙ୍ଗ ଜୀବନ, ଗଛଛାଲରେ ଗଢୁଛନ୍ତି ସୁନ୍ଦର କଳାକୃତି - ଉତ୍ତରାଖଣ୍ଡର ଦିବ୍ୟାଙ୍ଗ ଜୀବନ

ଉତ୍ତରାଖଣ୍ଡର ଦିବ୍ୟାଙ୍ଗ ଜୀବନ ଗଛର ଛାଲରେ ବିଭିନ୍ନ କଳାକୃତି କରି ରାଜ୍ୟର ହସ୍ତକଳାକୁ ବଞ୍ଚାଇ ରଖିବା ପ୍ରୟାସ ଜାରି ରଖିଛନ୍ତି । ଏପରିକି ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ତାଲିମ ଦେଉଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇଟିଭି ଭାରତ ବ୍ୟୁରୋ

By

Published : Nov 12, 2019, 6:43 PM IST

ଡେରାଡୁନ: ଉତ୍ତରାଖଣ୍ଡର ହସ୍ତକଳା ଶିଳ୍ପ ଦିନକୁ ଦିନ ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଜଣେ କଳାକାର । ଗଛର ନିର୍ଜୀବ ଛାଲରେ ଜୀବନ ଦେଇ ବିଭିନ୍ନ କଳାକୃତି ଗଢୁଛନ୍ତି ରାଜ୍ୟର ହଲଦ୍ବାନୀ ଜିଲ୍ଲାରେ ରହୁଥିବା ଜୀବନ ଚନ୍ଦ୍ର ଯୋଶୀ । ଦିବ୍ୟାଙ୍ଗ ଜୀବନ ହସ୍ତକଳା ମାଧ୍ୟମରେ ଏହି କଳାକୃତିକୁ ବିଶ୍ବସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି । ତେବେ ତାଙ୍କର ଏହି ପ୍ରୟାସ ପାଇଁ ବିଭିନ୍ନ ଜାତୀୟ ସ୍ତରର ସଂସ୍ଥା ଏବଂ ଭାରତର ସରକାରଙ୍କ ପକ୍ଷରୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ଜୀବନ ହଲଦ୍ବାନୀର କଠଘରିଆ ଅଞ୍ଚଳରେ ବସବାସ କରିଥାନ୍ତି । ଜୀବନ ଗଛର ଛାଲରୁ ବିଭିନ୍ନ ପ୍ରକାର କଳାକୃତି ପ୍ରସ୍ତୁତ କରିଥାନ୍ତି । ଏପରିକି ସେ ଏହି କଳାକୃତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଶିଳ୍ପୀଙ୍କ ପ୍ରତିଭା ଚିହ୍ନି ସେମାନଙ୍କୁ ଶିକ୍ଷାଦାନ କରିବା ଭଳି କାର୍ଯ୍ୟ ମଧ୍ୟ କରିଥାନ୍ତି ।

ଏନେଇ ଜୀବନ କୁହନ୍ତି ଏହି ରାଜ୍ୟ ସଂସ୍କୃତି ଏବଂ ପରମ୍ପରା ସମ୍ପନ୍ନ ରାଜ୍ୟ । ଏଠାରେ ଏହି କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏପରିକି ଏହି କାର୍ଯ୍ୟ କରି ଜଣେ ଭଲ ରୋଜଗାରକ୍ଷମ ମଧ୍ୟ ହୋଇପାରିବ । କେବଳ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତେବେ ଏଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ କରାଯିବାର ଆବଶ୍ୟକତା ରହିଛି ।

ସୂଚନା ଯୋଗ୍ୟ ଜୀବନ ଜନ୍ମରୁ ଦିବ୍ୟାଙ୍ଗ । ତେବେ ସେ କେବେ ଏହାକୁ ଦୁର୍ବଳତା ବୋଲି ଭାବିନାହାନ୍ତି । ପିଲାବେଳୁ ଏହି କାମ କରିବାରେ ତାଙ୍କର ପ୍ରବଳ ଇଚ୍ଛା ରହିଥିଲା । ଫଳରେ ସେ ପିଲା ଦିନେ ଗଛର ଛାଲରୁ ଏହି କଳାକୃତି କରିବା ଆରମ୍ଭ କରିଦେଇଥିଲେ । ଏନେଇ ସେ ଆହୁରି ମଧ୍ୟ କହିଥିଲେ କି, ଉତ୍ତରାଖଣ୍ଡରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହା ସହିତ ଉତ୍ତରାଖଣ୍ଡ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏହାକୁ ଆମକୁ ପରବର୍ତ୍ତୀ ପିଢି ପାଇଁ ସାଇତିବାକୁ ପଡ଼ିବ ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କି, ତାଙ୍କ ଦ୍ବାରା ନିର୍ମିତ କଳାକୃତି ଗୁଡ଼ିକ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରଦର୍ଶନୀରେ ସ୍ଥାନ ପାଇ ସାରିଛି । ଲକ୍ଷ୍ନୌ, କୋଲକାତା, ମୁମ୍ବାଇ ଆଦି ସ୍ଥାନରେ ହେଉଥିବା ହସ୍ତକଳା ପ୍ରଦର୍ଶନୀରେ ତାଙ୍କର ଏହି କଳାକୃତି ସ୍ଥାନ ପାଇଥିବା ନେଇ ଜଣାପଡ଼ିଛି । ତେବେ କୋଲକାତା ପ୍ରଦର୍ଶନୀରେ ଲାଗିଥିବା କଳାକୃତିକୁ ଖୁବ ପ୍ରଶଂସା କରାଯାଇଥିବା ଜଣାପଡ଼ିଛି । ଏପରିକି ଭାରତ ସରକାରଙ୍କ ଅଧିନରେ ଥିବା ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ର ଦ୍ବାରା ପୁରସ୍କୃତ ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details