କୋରୋନା ମହାମାରୀ ଯୋଗୁଁ ସାନିଟାଇଜର ବ୍ୟବହାର ସାଧାରଣ ଅଭ୍ୟାସରେ ପରିଣତ ହୋଇଛି । ତିନି ମାସରୁ ଅଧିକ ସମୟ ହେବ ଆମେ ସାନିଟାଇଜର ସହ ସକ୍ରିୟ ଭାବେ ଜଡିତ ରହିଛେ । ସାନିଟାଇଜରର ଚାହିଦା ଦେଖି ବଜାରରେ ଏହାର ଦର ବି ବଢିଯାଇଛି । ଲୋକେ ଏବେ ଚିନ୍ତା କଲେଣି ଯେ, ସୁରକ୍ଷା ପାଇଁ ସାବୁନ ପାଣି ନା ସାନିଟାଇଜର ବ୍ୟବହାର କରିବେ ।
ଏ ସଂପର୍କରେ ଆମେ ତ୍ୱଚା ବିଶେଷଜ୍ଞ ଡକ୍ଟର ଶୈଲଜାଙ୍କ ସହ ଆଲୋଚନା କରିଥିଲୁ । ହାତ ଧୋଇବା ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ମଧ୍ୟରେ ଫରକ କଣ ?
ଉ- ପାରମ୍ପରିକ ଶୈଳୀରେ ହାତ ଧୋଇବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଠାରୁ ସବୁଠୁ ଭଲ ଓ ନିରାପଦ । ମଇଳା ହାତରୁ ସାବୁନ, ମଳି, ଜୀବାଣୁ ଓ ତୈଳ ପୋଛି ନିଏ । ସାମଗ୍ରିକ ଭାବେ ହାତ ସଫା ରହେ । ନିର୍ଦ୍ଦିଷ୍ଟ ପ୍ରକାର ଜୀବାଣୁ ହଟାଇବା ପାଇଁ ସାବୁନ ପାଣିରେ ହାତ ଧୋଇବା, ହ୍ୟାଣ୍ଡ ସାନିଟାଇଜର ଅପେକ୍ଷା ବେଶ୍ ପ୍ରଭାବଶାଳୀ । ଏହାଛଡା ହାତରେ ଜମି ରହିଥିବା କୀଟ ଓ ରାସାୟନିକ ଅବଶେଷ ସାବୁନ ପାଣି ଦ୍ୱାରା ଭଲ ଭାବେ ଉଭେଇଯିବ । ଦୁଇ ପ୍ରକାର ହ୍ୟାଣ୍ଡ ସାନିଟାଇଜର ରହିଛି । ଗୋଟିଏ ହେଲା ଆଲକୋହଲ ଭିତ୍ତିକ ସାନିଟାଇଜର ଓ ଆଉ ଗୋଟିଏ ହେଉଛି ଅଣ ଆଲକୋହଲ ସାନିଟାଇଜର ।
ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଆଲକୋହଲ ଯୁକ୍ତ ସାନିଟାଇଜର ହାତରେ ଲେପନ କଲେ , ଜୀବାଣୁ ଓ କୀଟାଣୁକୁ ଏହା ମାରିପାରିବ ନାହିଁ । କାରଣ ଆପଣଙ୍କ ଅଙ୍ଗୁଳି ଶ୍ଲେଷ ଦ୍ୱାରା ଓଦା ବହୁଳ ଭାବେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କଲେ କି ପ୍ରଭାବ ପଡିଥାଏ ?
ଉ- ବହୁଳ ଭାବେ ସାନିଟାଇଜର ବ୍ୟବହାର କଲେ ଚର୍ମ ପ୍ରଭାବିତ ହେବା ସହ ଏକଜିମା, ଶୁଷ୍କତା, କୁଣ୍ଡିଆ, ଫାଟ, ବ୍ଲିଡିଂ ଓ ଆଗରୁ ସୃଷ୍ଟି ହୋଇଥିବା କ୍ଷତ ବା ଘାଆରେ ଜ୍ୱଳନ କ୍ରିୟା ହୋଇଥାଏ । ଏହାଛଡା, ଦେଖିଚାହିଁ ବ୍ୟବହାର ନ କଲେ ଆଲକୋହଲ ପଏଜନିଂ ଦେଖାଦେଇଥାଏ । ତେବେ, ବହୁ ଦିନ ଧରି ସାନିଟାଇଜର ବ୍ୟବହାର କଲେ ଗର୍ଭବତୀ ମହିଳା ଓ ଶିଶୁମାନେ ସାନିଟାଇଜରର ତିନି ସକ୍ରିୟ ଉପାଦାନ ସଂସ୍ପର୍ଶରେ ଆସିଥାନ୍ତି । ତେବେ ଏନେଇ ସମୀକ୍ଷା ଚାଲିଛି । ଆଣ୍ଟି ବ୍ୟାକ୍ଟେରିଆଲ୍ ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ବ୍ୟବହାର କଲେ ଆଂଟିବାୟୋଟିକ୍-ରେସିଷ୍ଟାଂଟ୍ ବ୍ୟାକଟେରିଆ ସୃଷ୍ଟି ହେବା ନେଇ ଚିନ୍ତା ପ୍ରକାଶ ପାଇଛି ।
ପିଲାମାନଙ୍କ ଉପରେ ଏହାର କିପରି ପ୍ରଭାବ ପଡେ ?
ଉ-ଛୋଟ ଛୋଟ ପିଲାମାନଙ୍କ ପାଇଁ ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାର ନିରାପଦ ନୁହେଁ । ସେମାନେ ଯଦି ଆଲକୋହଲ ସାନିଟାଇଜର ଆକସ୍ମିକବଶତଃ ଗିଳି ଦିଅନ୍ତି, ତାହାହେଲେ ଏହା ବିଷକ୍ରିୟା ସୃଷ୍ଟି କରେ । ପିଲାମାନଙ୍କ କ୍ଷେତ୍ରରେ ହ୍ୟାଣ୍ଡ ସାନିଟାଇଜର ଅତି ସାବଧାନତାର ସହ ବ୍ୟବହାର କରିବାକୁ ପଡିବ ।