ବେଙ୍ଗାଲୁରୁ: HAL ଦ୍ବାରା ସ୍ୱଦେଶୀ ଭାବରେ ବିକଶିତ ହୋଇଥିବା ଲାଇଟ୍ ୟୁଟିଲିଟି ହେଲିକପ୍ଟର (LUH) ପ୍ରାୟ 10 ଦିନ ପାଇଁ ହିମାଳୟର ଗରମ ଓ ପ୍ରବଳ ଥଣ୍ଡା ପରିସ୍ଥିତିରେ ସଫଳ କ୍ଷମତା ପ୍ରଦର୍ଶନ କରିଥିଲା । ଲେହ (3300 MAMSL) ରେ 320 ସେଲସିୟସ ତାପମାତ୍ରା ପର୍ଯ୍ୟନ୍ତରେ କାର୍ଯ୍ୟ କରିଥିଲା । LUH ବର୍ତ୍ତମାନ ଲେହରୁ ଉଡ଼ାଣ ଭରି ଦୌଲତାବାଗ୍ ଓଲ୍ଡିର ଆଡଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡରେ ପରୀକ୍ଷଣ ଶେଷ କରିଛି ।
ହେଲିକପ୍ଟରଟି ସିଆଚେନ୍ ଗ୍ଲାସିଅର୍ ଉଚ୍ଚତାରେ ଏହାର ପେଲୋଡ୍ କ୍ଷମତା ପ୍ରଦର୍ଶନ କରିଥିଲା । ପରୀକ୍ଷଣ ସମୟରେ ପାଇଲଟମାନେ ହେଲିକପ୍ଟରକୁ ଅମର ଓ ସୋନମର ସର୍ବୋଚ୍ଚ ହେଲିପ୍ୟାଡରେ ଅବତରଣ କରିଥିଲେ । HAL ପୁଣି ଥରେ ନିଜ ସ୍ବଦେଶୀ ଜ୍ଞାନ କୌଶଳର ପାରିଦର୍ଶିତା ଦେଖାଇବାରେ ସଫଳ ହୋଇଛି । LUH ବର୍ତ୍ତମାନ ପ୍ରାଥମିକ ଅପରେସନାଲ କ୍ଲିୟରାନ୍ସ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ।