ଓଡିଶା

odisha

ETV Bharat / bharat

ଲେହରେ HALର ସ୍ୱଦେଶୀ LCH ନିୟୋଜିତ - HAL's Indigenous LCH Deployed for Operations at Leh

ସୀମାନ୍ତରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି HAL ଦୁଇଟି ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH) ଲେହ ଅଞ୍ଚଳରେ ନିୟୋଜିତ କରିଛି । ଆଇଏମଏଫ ମିଶନକୁ ସମର୍ଥନ କରି ଖୁବ କମ ସମୟରେ ମଧ୍ୟରେ HAL ଏହି ଦୁଇ ହେଲିକାପ୍ଟର ନିୟୋଜିତ କରିଛି ।

ଲେହରେ HALର ସ୍ୱଦେଶୀ LCH ନିୟୋଜିତ
ଲେହରେ HALର ସ୍ୱଦେଶୀ LCH ନିୟୋଜିତ

By

Published : Aug 12, 2020, 4:31 PM IST

ନୂଆଦିଲ୍ଲୀ: ସୀମାନ୍ତରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି HAL ଦୁଇଟି ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH) ଲେହ ଅଞ୍ଚଳରେ ନିୟୋଜିତ କରିଛି । ଆଇଏମଏଫ ମିଶନକୁ ସମର୍ଥନ କରି ଖୁବ କମ ସମୟରେ ମଧ୍ୟରେ HAL ଏହି ଦୁଇ ହେଲିକପ୍ଟର ନିୟୋଜିତ କରିଛି ।

ଲେହରେ HALର ସ୍ୱଦେଶୀ LCH ନିୟୋଜିତ

ଏନେଇ ହାଲ୍‌ ର ସିଏମଡି କହିଛନ୍ତି, ଏହା ଭାରତୀୟ ସଶସ୍ତ୍ର ବାହିନୀର ନିର୍ଦ୍ଦିଷ୍ଟ ଏବଂ ଅନନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ HAL ଦ୍ୱାରା ପରିକଳ୍ପିତ ଏବଂ ବିକଶିତ ହୋଇଥିବା ବିଶ୍ୱର ସବୁଠାରୁ ହାଲୁକାହେଲିକପ୍ଟର । ଯାହା ଆତ୍ମ ନିର୍ଭର ଭାରତ ଏକ ଉଦାହରଣ ।

ଅତ୍ୟାଧୁନିକ ପ୍ରଣାଳୀ ଏବଂ ଅତ୍ୟଧିକ ସଠିକ୍ ଅସ୍ତ୍ର କାରଣରୁ LH ଏକ ଶକ୍ତିଶାଳୀ ଅସ୍ତ୍ର ପ୍ଲାଟଫର୍ମ ଯାହା ଦିନ କିମ୍ବା ରାତି ଯେକୌଣସି ପ୍ରକାରର ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ବୋଲି କହିଛନ୍ତି ହାଲ୍‌ ର ସିଏମଡି । ଏହା ବିଭିନ୍ନ ଅବସ୍ଥାରେ ଉଚ୍ଚତାରେ ମଧ୍ୟ ପର୍ଯ୍ୟାପ୍ତ ଅସ୍ତ୍ର ଭାର ଧାରଣ କରିବାର କ୍ଷମତା ରଖିଛି । IAF ଏବଂ ଭାରତୀୟ ସେନା ଏକତ୍ର ପ୍ରାୟ 160 LCH ଆବଶ୍ୟକ କରିଥାଆନ୍ତି । ଏକ ସକ୍ରିୟ ପଦକ୍ଷେପ ଭାବରେ HALଏହାର ବେଙ୍ଗାଲୁରୁ ସୁବିଧାରେ ଅର୍ଡର ଆଶାରେ LSP ଉତ୍ପାଦନ ଆରମ୍ଭ କରିଛି ।

ABOUT THE AUTHOR

...view details