ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ହଜ୍ ଯାତ୍ରା । ଏଥିପାଇଁ ଇସଲାମରେ ପବିତ୍ର ସ୍ଥାନ ବୋଲି ଗ୍ରହଣ କରାଯାଇଥିବା ମକ୍କା-ମଦିନାକୁ ବିଶ୍ୱର କୋଣ ଅନୁକୋଣରୁ ମୁସଲିମ୍ ଶ୍ରଦ୍ଧାଳୁଙ୍କର ସୁଅ ଛୁଟୁଛି। ହଜ୍ ଅବସରରେ ଉତ୍ତରପ୍ରଦେଶର ବରେଲୀ ଜଙ୍କସନରେ ଭାଇଚାରର ଦୃଶ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ସବୁଠୁ ବଡ ହଜ ଯାତ୍ରୀଙ୍କ ଦଳ ଏଠାରୁ ବାହାରିଛି ।
ମକ୍କା-ମଦିନା ଅଭିମୁଖେ ବାହାରିଲେ ବରେଲୀର 500ରୁ ଉର୍ଦ୍ଧ୍ବ ହଜ୍ ଯାତ୍ରୀ - mecca madina
ଉତ୍ତର ପ୍ରଦେଶର ବରେଲୀରୁ ଗତ ଶୁକ୍ରବାର ହଜ ଯାତ୍ରୀଙ୍କ ଏକ ବଡ ଦଳ ମକ୍କା-ମଦିନା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ସୂଚନାମୁତାବକ, ବରେଲି ଜଙ୍କସନରୁ ପ୍ରାୟ 5 ଶହରୁ ଉର୍ଦ୍ଧ୍ବ ହଜ ଯାତ୍ରୀ ମକ୍କା-ମଦିନା ଅଭିମୁଖେ ବାହାରିଛନ୍ତି । ଏହି ଅବସରରେ ଏହି ସମୟରେ ବରେଲି ହଜ କମିଟିର ସଂସ୍ଥାପକ ପମ୍ମି ଖାଁଙ୍କ ସମେତ, ଯାତ୍ରୀଙ୍କ ପରିବାର, ବନ୍ଧୁ ପରିଜନ ଓ ଅନେକ ଲୋକ ଉପସ୍ଥିତ ଥିଲେ ।
Last Updated : Jul 29, 2019, 12:09 PM IST