ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ଭୋଜି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନିୟମକୁ ଭଙ୍ଗ କରାଯାଇଛି। ପରସ୍ପରର ନିକଟତର ହୋଇ ଛିଡା ହେବା ସହ କାହା ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଛି । କୋରୋନା ସମୟରେ ଏଭଳି ଘଟଣା ଦେଶର ଚିନ୍ତା ବଢାଇଛି।
ସାମାଜିକ ଦୂରତା ମାନିଲେନି ବିଧାୟକ, ଆୟୋଜନ କଲେ ରମଜାନ ଭୋଜି - haji ikram quresi
ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ଭୋଜି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନିୟମକୁ ଭଙ୍ଗ କରାଯାଇଛି। କାର୍ଯ୍ୟକ୍ରମରେ ଭିଡ ରହିବା ସହ କାହା ମୁହଁରେ ମାସ୍କ ମଧ୍ୟ ନଥିବା ଦେଖିବାକୁ ମିଳିଛି ।
ପ୍ରକାଶଥାଉକି, ସପା ବିଧାୟକ ହାଜି ଇକ୍ରାମ କୁରେଶି ଉତ୍ତରପ୍ରଦେଶର ମୋରଦାବାଦରେ ରମଜାନ ବିଦାୟ ଅବସରରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ସମୟ ମଧ୍ୟରେ ଏକ ବିରାଟ ଜନସମାଗମ ହୋଇଥିଲା। ସାମାଜିକ ଦୂରତାର ନିୟମ ଭାଙ୍ଗିବା ଆରମ୍ଭ ହେଲା ମାତ୍ର ପ୍ରଶାସନ ଓ ପୋଲିସ ଚୁପ୍ ରହିଥିଲେ । ଯେତେବେଳେ ସାମ୍ବାଦିକମାନେ ଏହାକୁ ନେଇ ବିଧାୟକଙ୍କୁ ଏକ ପ୍ରଶ୍ନ କରିଥିଲେ, ସେତେବେଳେ ବିଧାୟକ ରାଗି ଯାଇଥିଲେ।
ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ମୋଟ 5735 ଟି କୋରୋନା ସଂକ୍ରମଣ ମାମଲା ରହିଛି । ସେଥିମଧ୍ୟରୁ 2259 ଟି ସକ୍ରିୟ ସଂକ୍ରମଣ ମାମଲା ଓ 3324 ରୋଗୀ ସୁସ୍ଥ ଅଛନ୍ତି । ରାଜ୍ୟରେ ଏହି ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 152 କୁ ବୃଦ୍ଧି ପାଇଛି।