ହାଇଦ୍ରାବାଦ: କେଶ ସମସ୍ୟା । ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାରେ ଜର୍ଜରିତ । ବଢୁଥିବା ବୟସ ସହ କେଶ ଝଡିବା ଆରମ୍ଭ ହୋଇଥାଏ । ଆଉ ଏହାପରେ ଆରମ୍ଭ ହୋଇଥାଏ କେଶରେ ବିଭିନ୍ନ ପ୍ରକାର ସମସ୍ୟା । ଏନେଇ କିଏ ଆୟୁର୍ବେଦିକ ସାମଗ୍ରୀ ବ୍ୟବହାର କରିଥାନ୍ତି ତ ଆଉ କିଏ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ । ମାତ୍ର କେତେ ଫଳପ୍ରଦ ତାହା ସମସ୍ତେ ଜାଣିଛନ୍ତି ।
ତେବେ ଆଜି ଆମେ ଆପଣଙ୍କୁ କହିବୁ କେଶ ଝଡିବାର ପ୍ରକୃତ କାରଣ ଓ ଏହାର ନିରାକରଣ ସମ୍ପର୍କରେ । ଖୁବ୍ କମ୍ ଲୋକ ଏହି କଥା ସହ ଅବଗତ ଥିବେ ଯେ, ଖାଦ୍ୟପେୟରେ ସନ୍ତୁଳନ ଠିକ୍ ନରହିଲେ ମଧ୍ୟ କେଶ ଝଡିଥାଏ । ତେଣୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ।
ପ୍ରୋଟିନ ଜନିତ ଖାଦ୍ୟ
ପ୍ରୋଟିନ କେବଳ ଆଉ ଶରୀରର ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ ଖୁବ୍ ମହତ୍ବ ରଖିଥାଏ । ତେଣୁ ଅଣ୍ଡା ଏବଂ ପ୍ରୋଟିନପୂର୍ଣ୍ଣ ଅଧିକ ପରିମାଣରେ ଖାଆନ୍ତୁ ।
କେଶ ଛୋଟ କରନ୍ତୁ
ସୁସ୍ଥ କେଶ ପାଇଁ ବଡ କେଶକୁ ପ୍ରଥମେ ଛୋଟ କରନ୍ତୁ । ଏହାସହ କେଶର ଉପଯୁକ୍ତ ଯତ୍ନ ନିଅନ୍ତୁ। ସେହିପରି ସାମ୍ପୁ ବ୍ୟବାହର ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ।
ସାମ୍ପୁ ବ୍ୟବହାର