ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସେ ସୋମବାର କହିଛନ୍ତି, କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା ବିଳମ୍ବରେ ବନ୍ଦ କରିଛନ୍ତି, ତେବେ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରିଥାନ୍ତେ ଦିଲ୍ଲୀରେ କୋରୋନା ଭାଇରସ ସ୍ଥିତି ଏବେ ଭଲ ଥାନ୍ତା ।
ସେ କହିଛନ୍ତି ଦିଲ୍ଲୀରେ, କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦିନକୁ ଦିନ ଏଠାରେ 1000 ନୂଆ ମାମଲା ରିପୋର୍ଟ କରାଯାଉଛି । ତେଣୁ ଦିଲ୍ଲୀର ଲୋକଙ୍କ ପାଇଁ ଡାକ୍ତରଖାନା ଆବଶ୍ୟକ । ଏଥିସହ ସେ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀରେ 50 ହଜାରରୁ ଊର୍ଦ୍ଧ୍ବ କୋରୋନା ମାମାଲା ରିପୋର୍ଟ ହୋଇପାରେ ।