ଓଡିଶା

odisha

ETV Bharat / bharat

ଅଗଷ୍ଟ 25ରେ ସ୍ବାଧୀନ ହୋଇଥିଲା ଗ୍ବାଲିଅର, ଜାଣନ୍ତୁ କାହିଁକି ? - ଗ୍ବାଲିଅର

ଅଗଷ୍ଟ 15 ନୁହେଁ 25 ତାରିଖରେ ଗ୍ୱାଲିଅରରେ ଉଡିଥିଲା ତ୍ରିରଙ୍ଗା । ଏହା ପଛରେ ଲୁଚି ରହିଛି କିଛି ଇତିହାସ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର କାରଣ ...

ଡିଜାଇନ ଫଟୋ

By

Published : Aug 15, 2019, 9:47 PM IST

ଭୋପାଳ: 1947 ମସିହା ଅଗଷ୍ଟ 15 ତାରିଖରେ ସମଗ୍ର ଦେଶ ବ୍ରିଚିଶ ଶାସନରୁ ମୁକ୍ତ ପାଇଥିଲା । କିନ୍ତୁ ସେହି ସମୟରେ ଗ୍ବାଲିଅର ସ୍ବାଧୀନତା ପାଇଥିଲେ ମଧ୍ୟ ପାଳନ କରିନଥିଲା । ତତ୍କାଳୀନ ରାଜା ଜୀବାଜି ରାଓଙ୍କ ନିଷ୍ପତ୍ତି ଓ କେନ୍ଦ୍ରରେ ନୂତନ ଭାବେ ସରକାର ଗଠନ କରିଥିବା କଂଗ୍ରେସ ମଧ୍ୟରେ ଦେଖାଦେଇଥିଲା ବିବାଦ ।

ଗ୍ବାଲିଅର ରାଜା ଜୀବାଜୀ ରାଓ କହିଥିଲେ ଦେଶ ସ୍ବାଧୀନ ହୋଇଛି ସତ । ମାତ୍ର ଦେଶର ସମ୍ବିଧାନକୁ ନେଇ ଉଠାଇଥିଲେ ପ୍ରଶ୍ନ । ଦେଶରୁ ବ୍ରିଟିଶ ଶାସନର ସମ୍ପୂର୍ଣ୍ଣ ଲୋପର ପ୍ରମାଣ ଓ ଦେଶର ସମ୍ବିଧାନ ସାର୍ବଜନୀନ କରିବାକୁ ସେ କହିଥିଲେ । ଏହା ନ ହେବା ପର୍ଯ୍ୟନ୍ତ ସେତେବେଳର ଗ୍ବାଲିଅର ରାଜ୍ୟ ନିଜର ପତାକା ଓ ସମ୍ବିଧାନ ଅନୁଯାୟୀ ଶାସନ ହେବ ।

ରାଜା ଜୀବାଜୀ ରାଓଙ୍କର ଏଭଳି ନିଷ୍ପତ୍ତିରେ କଂଗ୍ରେସ ଖୁସି ନଥିବା ଇତିହାସରୁ ଜଣାପଡ଼େ । ଏହି ସୂଚନା ପାଇବା ପରେ କେନ୍ଦ୍ରରେ ତତ୍କାଳୀନ ଗୃହମନ୍ତ୍ରୀ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗ୍ବାଲିଅର ଗସ୍ତରେ ଯାଇ ରାଜା ଜୀବାଜୀ ରାଓଙ୍କୁ ସମସ୍ତ ବିଷୟରେ ଅବଗତ କରିଥିଲେ ।

ଏହାପରେ ଗ୍ବାଲିଅରରେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସେହି ସମୟରେ ଗ୍ବାଲିଅର ରାଜ୍ୟର ପତାକା ଓ ଦେଶର ଜାତୀୟ ପତାକା ଏକସଙ୍ଗେ ଉଡ଼ିଥିବା ଇତିହାସରୁ ଜଣାପଡ଼େ ।

ABOUT THE AUTHOR

...view details