ୱାଶିଂଟନ: ସଙ୍କଟ ଘଡିରେ ଭାରତର ସହାୟତା । କିଲର କୋରୋନା କବଳରୁ ବିଶ୍ବବାସୀଙ୍କ ଉଦ୍ଧାର କରିବା ଦିଗରେ ଦେଇଛି ମାନବିକତାର ପରିଚୟ । ସାର୍କ ଦେଶ ସହିତ ବ୍ରିଟେନ, ବ୍ରାଜିଲ ଓ ଇସ୍ରାଇଲକୁ ବଢାଇଛି ସହଯୋଗର ହାତ । ଭାରତର ଏଭଳି ପଦକ୍ଷେପକୁ ସାଲ୍ୟୁଟ କରିଛନ୍ତି ଜାତି ସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶର ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ସାରା ବିଶ୍ବ ଏବେ ବିପର୍ଯ୍ୟୟ ମୁହାଁ । କୋରୋନା ନାମକ ଏହି ଭାଇରସ ମହାମାରୀ ରୂପ ନେଇ ସାରା ବିଶ୍ବକୁ ଗିଳିବାରେ ଲାଗିଛି । ଏପରି ପରିସ୍ଥିତିରେ କୋରୋନାକୁ ପ୍ରତିହିତ କରିବା ପାଇଁ ଏଯାବତ କୌଣସି ଚିକିତ୍ସା କିମ୍ବା ଭ୍ୟାକିସନ ବାହାରି ପାରି ନାହିଁ । ତଥାପି ଏହି ରୋଗ ପାଇଁ ସଞ୍ଜିବନୀ ସାଜିଛି ହାଇଡ୍ରୋକ୍ସି କ୍ଲୋରକୁଇନ । ଯାହା ଭାରତରେ ବିଭିନ୍ନ ଦେଶକୁ ମଧ୍ୟ ରପ୍ତାନୀ କରିଛି ।