ଗୁରୁଦାସପୁର: 2015ରେ ଦିନାନଗର ଥାନାରେ ପଶି ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ତିନି ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ 7 ।
ପଠାନକୋଟ: 2016 ବର୍ଷ ଆରମ୍ଭରୁ ପଠାନକୋଟ ବାୟୁସେନା କ୍ୟାମ୍ପକୁ ଟାର୍ଗେଟ କରିଥିଲେ ଜୈଇଏମ ଆତଙ୍କୀ । ଏହି ଆକ୍ରମଣରେ 3 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ସୁଦ୍ଧା ନିପାତ ହୋଇଥିଲେ 4 ଆକ୍ରମଣକାରୀ ।
କୋକରାଝର: ଅଗଷ୍ଟ 2016 । ଆସାମ କୋକ୍ରାଝରରେ ନ୍ୟାଶନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋଲ୍ୟାଣ୍ଡରେ ଉଗ୍ରବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିଲେ 14 ଜଣ ସାଧାରଣ ନାଗରିକ ।
ଉରି: ଭାରତୀୟ ସେନା କ୍ୟାମ୍ପରେ ବଡ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଶହୀଦ ହୋଇଥିଲେ 19 ଯବାନ । ସେନାର ପାଲଟା ଜବାବରେ 4 ଆତଙ୍କବାଦୀ ସଫା ହୋଇଥିଲେ ।
ଅମରନାଥ: ଜୁଲାଇ 2017ରେ ଅମରନାଥ ଯାତ୍ରୀ ବସକୁ ଟାର୍ଗେଟ କରିଥିଲେ ଆତଙ୍କୀ । ଏଥିରେ 7ଜଣ ତୀର୍ଥଯାତ୍ରୀ ଆଖି ବୁଜିଥିଲେ ।