ରାଞ୍ଚି: ଗୁରୁ ନାନକଙ୍କର 550 ତମ ଜନ୍ମୋତ୍ସବ ଅବସରରେ ତାଙ୍କର ଜନ୍ମ ସ୍ଥାନ ନନକାନା ସାହବ(ପକିସ୍ଥାନ)ରୁ ଅନ୍ତରାଷ୍ଟ୍ରୀୟ ଶୋଭାଯାତ୍ରା ଭାରତ ପହଞ୍ଚିଛି । ପାକିସ୍ତାନରୁ ବାହାରି ଏହି ଶୋଭା ଯାତ୍ରା ଅନେକ ରାଜ୍ୟ ଓ ସହର ଦେଇ ଝାଡଖଣ୍ଡର ହଜାରିବାଗ ଗୁରୁଦ୍ବାର ସାହବରେ ଆସି ପହଞ୍ଚିଛି । ଏହାକୁ ସ୍ବାଗତ କରିବା ସହ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।
ଗୁରୁ ନାନକଙ୍କ 550 ତମ ଜନ୍ମୋତ୍ସବ: ପାକିସ୍ତାନରୁ ଆସିଲା ଶୋଭାଯାତ୍ରା - jhadakhanda
ଗୁରୁ ନାନକଙ୍କର 550 ତମ ଜନ୍ମୋତ୍ସବରେ ପାକିସ୍ତାନରୁ ଭାରତ ଆସିଲା ଶୋଭାଯାତ୍ରା । ସ୍ବାଗତ କଲେ ସମସ୍ତ ଧର୍ମର ଲୋକ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ଗୁରୁ ନାନକଙ୍କର ଏହି ଶୋଭାଯାତ୍ରାକୁ ବହୁ ଆତସବାଜି ଆଉ ବାଜା ବଜାଇ ସ୍ବାଗତ କରାଯାଇଛି । ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିଛନ୍ତି । ଶିଖ ସମାଜ ଦ୍ବାରା ଆୟୋଜିତ ନଗର କୀର୍ତ୍ତିନ ଜାରି ରହିଛି । ଯାତ୍ରାରେ ଗୁରୁନାନକଙ୍କର ବସ୍ତ୍ର, ପଗଡି ଓ ଖଣ୍ଡା ଭଳି ଅନେକ ଜିନିଷ ଆସିଛି ଯାହାକୁ ଅତି ଭାବବିହ୍ବଳ ହୋଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏହି ଯାତ୍ରାରେ 6 ଟି ବସ ସହ 15ଟି ଛୋଟ ଗାଡି ରହିଛି ସେଥିମଧ୍ୟରୁ 41 ଫୁଟର ବସ ବିଶେଷ ଆକର୍ଷଣୀୟ ସାଜିଛି ।
ଏହି ଶୋଭାଯାତ୍ରାକୁ ସମସ୍ତ ଧର୍ମର ଲୋକ ସ୍ବାଗତ କରିଛନ୍ତି । ଯାହା ଭାଇଚାରାର ଉଦାହରଣ ପାଲଟିଛି ।