ନୂଆଦିଲ୍ଲୀ: ଗୁରଗାଓଁରେ ଥିବା ଏମଏନସି, ବିପିଓ ଏବଂ ଆଇଟି ଅଫିସର କର୍ମଚାରୀମାନେ ଆସନ୍ତା ଜୁଲାଇ ଶେଷ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିବେ । ଏନେଇ ସୂଚନା ଦେଲେ ମେଟ୍ରୋପଲିଟାନ ଡେଭେଲପମେଣ୍ଟ ଅଥୋରିଟି ସିଇଓ ଭି ଏସ କୁଣ୍ଡୁ ।
ଜୁଲାଇ ଶେଷ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିବେ ଏମଏନସି କର୍ମୀ - ଜୁଲାଇ ଶେଷ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିବେ ଏମଏନସି କର୍ମୀ
ଜୁଲାଇ ଶେଷ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିବେ ଏମଏନସି କର୍ମୀ । ମେଟ୍ରୋପଲିଟାନ ଡେଭେଲପମେଣ୍ଟ ଅଥୋରିଟି ସିଇଓ ଭି ଏସ କୁଣ୍ଡୁ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...
ଏହାସହ ଗୁରଗାଓଁ ଡିଏଲଏଫରେ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବା ନେଇ ଅନୁମତି ମିଳିଛି । ଏଠାରେ ବିଭିନ୍ନ ପ୍ରକଳ୍ପ ଉପରେ କାର୍ଯ୍ୟ ହୋଇପାରିବ । ଗୁରଗାଓଁ ଜିଲ୍ଲା ପ୍ରଶାସନ ଏଠାରେ ଥିବା ଏମଏନସି, ବିପିଓ ଏବଂ ଗୁଗୁଲ, ଜେନପାକ୍ଟ ଇନଫୋସିସର ଅନୁମତି କ୍ରମେ ୱାର୍କ ଫର୍ମ ହୋମ ନେଇ ଆଡଭାଇଜରୀ ମାର୍ଚ୍ଚ ଦ୍ହିତୀୟ ସପ୍ତାହରେ ଜାରି କରିଛି ।
ଏହି ନିର୍ଦ୍ଦେଶକୁ ପାଳନ ନେଇ ପ୍ରଶାସନ ନିବେଦନ କରିଛି । ଏହାଛଡା ଶିଳ୍ପସଂସ୍ଥା ପାଇଁ ଏହି ନିୟମ କରିବା ସମ୍ଭବ ନୁହେଁ । ତେଣୁ ଯେତିକି ସମ୍ଭବ ସେମାନଙ୍କ ପାଇଁ ମଧ୍ୟ କରାଯିବ । କନଷ୍ଟ୍ରକସନ ପାଇଁ ଶ୍ରମିକ ମାନେ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ । ଗୁରଗାଓଁରେ ମାର୍ଚ୍ଚ 22 ତାରିଖରୁ ଲକଡାଉନ ଜାରି ରହିଛି । ଏହାର ଦୁଇ ଦିନ ପରେ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର ।
TAGGED:
delhi corona virus