ଶ୍ରୀନଗର: ଜମ୍ମୁ କାଶ୍ମୀରର ଗୁପକାର ଚୁକ୍ତିରେ ସାମିଲ ହୋଇଥିବା ରାଜନୈତିକ ଦଳ ଲଢିବେ ନିର୍ବାଚନ । ଜିଲ୍ଲା ବିକାଶ ପରିଷଦ(DDC) ନିର୍ବାଚନରେ ପ୍ରତିଦ୍ବନ୍ଦିତା କିରବେ ବୋଲି ଜମ୍ମୁକାଶ୍ମୀର କଂଗ୍ରେସ ମୁଖ୍ୟ ଜିଏ ମୀର କହିଛନ୍ତି ।
ଜମ୍ମୁ କାଶ୍ମୀରରେ ଧାରା 370 ଓ 35 A ଉଚ୍ଛେଦ ପରେ ଜମ୍ମୁକାଶ୍ମୀର ମୁଖ୍ୟ ରାଜନୈତିକ ଦଳ ଗୁଡିକ ଏହାକୁ ବିରୋଧ କରିଥିଲେ । ପିଡିପି ମୁଖ୍ୟ ମେହବୁବ୍ବା ମୁଫତି ଗୃହବନ୍ଦୀରୁ ମୁକ୍ତ ହେବା ପରେ ଜମ୍ମୁ କାଶ୍ମୀରର ମୁଖ୍ୟ ରାଜନୈତିକ ଦଳ ଗୁଡିକ ଧାରା 370 ଉଚ୍ଛେଦ ବିରୋଧରେ ଗୁପକାର ଚୁକ୍ତି କରି କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ । ନିକଟରେ ଜମ୍ମୁ କାଶ୍ମରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିଲା । ଏହାପରେ ଏହି ଗୁପକାର ଚୁକ୍ତି ନିର୍ବାଚନରେ ଭାଗନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିର୍ବାଚନରେ ଟିକଟ ବଣ୍ଟନକୁ କେନ୍ଦ୍ର କରି ଦଳର କିଛି ବରିଷ୍ଠ ନେତା ଗୁପକାର ଚୁକ୍ତିରୁ ଓହରିଥିଲେ । ଏହାକୁ କେନ୍ଦ୍ରକରି ଗୁପକାର ଚୁକ୍ତିରେ କନ୍ଦଳ ସୃଷ୍ଟି ହୋଇଛି ।