ଓଡିଶା

odisha

ETV Bharat / bharat

ବନ୍ଧୁକ ମୁନରେ ଲୁଟିନେଲେ 1କୋଟିର ସୁନା - gold decamped in Bihar

ବିହାରର ବୈଶାଲୀ ଜିଲ୍ଲାର ଏକ  ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ କିଛି ଡକାୟତ  50 କିଲୋଗ୍ରାମର ସୁନା ଲୁଟ୍ କରି ନେଇଛନ୍ତି ।

ଫାଇଲ ଫଟୋ

By

Published : Nov 24, 2019, 3:07 PM IST

ପାଟନା: ଡକାୟତଙ୍କ ଲୁଟ୍ କାରନାମା । ବିହାରର ବୈଶାଲୀ ଜିଲ୍ଲାର ଏକ ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ କିଛି ଡକାୟତ 50 କିଲୋଗ୍ରାମର ସୁନା ଲୁଟ୍ କରି ନେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଶନିବାର କିଛି ଡକାୟତ 8ଟି ବାଇକ ଯୋଗେ ଆସି ସଂସ୍ଥାର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ । ଏହାପରେ ସିକ୍ୟୁରିଟି ଗାର୍ଡକୁ ମାଡ ମାରି ସଂସ୍ଥାରୁ 50 କିଲୋଗ୍ରାମ ସୁନା ଲୁଟ କରିନେଇଥିବା ଜଣାପଡିଛି । ତେବେ ଲୁଟ୍ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ 1 କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି ।

ଏପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details