ଶ୍ରୀନଗର: ଶୁକ୍ରବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବୁଧବାର ଦିନ ପୋଲିସ ପାର୍ଟି ଉପରେ ଆକ୍ରମଣ ପରେ ପୋଲିସ ଏବଂ ସେନା ମିଳିତ ଭାବରେ ଡାଚାନ ଅଞ୍ଚଳରେ ଲୁଚିଥିବା ଆତଙ୍କୀଙ୍କ ଉପରେ ପ୍ରତିଆକ୍ରମଣ କରିଥିଲା । ଯେଉଁଥିରେ ଜଣେ ପୋଲିସକର୍ମୀ ଶହୀଦ ହୋଇଥିଲେ ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ।
କିସ୍ତୱାରରେ ସେନା ଆତଙ୍କୀ ଗୁଳିବିନିମୟ - କିସତୱାରରେ ସେନା ଏବଂ ଆତଙ୍କି ଗୁଳିବିନିମୟ
ଶୁକ୍ରବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଅଧିକ ସୂଚନା ପାଇଁ ପଢନ୍ତୁ...
![କିସ୍ତୱାରରେ ସେନା ଆତଙ୍କୀ ଗୁଳିବିନିମୟ Gunfight starts in Kishtwar district](https://etvbharatimages.akamaized.net/etvbharat/prod-images/768-512-6825147-thumbnail-3x2-jammu1.jpg)
କିସତୱାରରେ ସେନା ଏବଂ ଆତଙ୍କି ଗୁଳିବିନିମୟ
ଆତଙ୍କବାଦୀମାନେ ପ୍ରଥମେ କୁରାଢିରେ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ ସର୍ଭିସ ରାଇଫଲରେ ଗୁଳି ଚଳାଇଥିଲେ। ସୂଚନା ମୁତାବକ କିସ୍ତୱାରରେ ବର୍ତ୍ତମାନ ସୁଦ୍ଧା ଆତଙ୍କି ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
@IANS