ଶ୍ରୀନଗର: କାଶ୍ମୀରରେ 3 ବିଜେପି ନେତାଙ୍କ ହତ୍ୟା ପରେ ଅପରେସନକୁ ତ୍ବରାନ୍ବିତ କରିଛି ଭାରତୀୟ ସେନା । ତେବେ ରବିବାର ଘାଟିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଘଟଣାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଭାରତୀୟ ସେନା ନିଜ କବଜାକୁ ନେଇଥିବା ଜଣାପଡିଛି ।
ଶ୍ରୀନଗରରେ ଏନକାଉଣ୍ଟର, ସେନା ଗୁଳିରେ ହିଜବୁଲ କମାଣ୍ଡର ନିହତ - ଶ୍ରୀନଗର ଏନକାଉଣ୍ଟର
ରବିବାର ଘାଟିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟଜଣଙ୍କୁ ନିଜ କବଜାକୁ ନେଇଛି ଭାରତୀୟ ସେନା। ଅଧିକ ପଢନ୍ତୁ...
ରବିବାର ହୋଇଥିବା ଏହି ଅପରେସନରେ ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ନିହତ ଆତଙ୍କବାଦୀ ଜଣଙ୍କ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ନେଇ ସନ୍ଦେହ କରାଯାଉଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜି ।
କାଶ୍ମୀର ଆଇଜିଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଶ୍ରୀନଗରରେ ଏକ ଘରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଥିଲା । ତେବେ ଉଭୟ ସିଆରପିଏଫ ଓ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ ଚଳାଇଥିବା ବେଳେ ରବିବାର ଗୁଳିବିନିମୟ ହୋଇଥିଲା । ତେବେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ହୋଇଥିବା ସନ୍ଦେହ କରାଯାଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କାଶ୍ମୀର ଆଇଜି ।