ଓଡିଶା

odisha

ETV Bharat / bharat

ପର୍ଯ୍ୟଟକଙ୍କ ମନମୋହୁଛି ସୂର୍ଯ୍ୟମୁଖୀ ଏବଂ ଗେଣ୍ଡୁ

କେରଳ କୁନ୍ନୁର ଜିଲ୍ଲାର ଗୁଣ୍ଡଲୁପେଟର ରାସ୍ତାର ଦୁଇ ପାର୍ଶ୍ବରେ ଫୁଟିଥିବା ଗେଣ୍ଡୁ ଓ ସୂର୍ଯ୍ୟମୁଖୀ ଫୁଲ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି। ଗୁଣ୍ଡଲୁପେଟ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ସଂଯୋଗସ୍ଥଳରେ ଅବସ୍ଥିତ।

By

Published : Sep 4, 2019, 9:27 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଥିରୁଅନନ୍ତପୁରମ: ମନ୍ଦିର ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ହୋଇଥାଏ ଫୁଲର ବ୍ୟବହାର। ପାର୍କ ଏବଂ ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଫୁଲ ଗଛରେ ବ୍ୟବହାର କରା ଯାଇଥାଏ । ତେବେ କେରଳ କୁନ୍ନୁର ସ୍ଥିତ ଗୁଣ୍ଡଲୁପେଟର ରାସ୍ତାର ଦୁଇ ପାର୍ଶ୍ବରେ ଫୁଟିଥିବା ଗେଣ୍ଡୁ ଓ ସୂର୍ଯ୍ୟମୁଖୀ ଫୁଲ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି।

ଏହି ରାସ୍ତାରେ ଯାଉଥିବା ଲୋକ ଏଠାରେ କିଛି ସମୟ ଅଟକି ଏହି ଫୁଲ ଗଛର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି। ପିଲା ଠାରୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଫଟୋକୁ କ୍ୟାମେରାରେ ସାଇତି ରଖୁଛନ୍ତି।

ଫଟୋ ଉଠାଇବାର ମଜା ନେଉଛି କୁନି ଝିଅ

ଗୁଣ୍ଡଲୁପେଟ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ସଂଯୋଗସ୍ଥଳରେ ଅବସ୍ଥିତ ଥିବାରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି। ଫୁଲ ବ୍ୟତୀତ ଏଠାକାର ପ୍ରାକୃତିକ ଦୃଶ୍ୟ ମଧ୍ୟ ବେଶ ଚିତାକର୍ଷକ। ନଚାହିଁଲେ ମଧ୍ୟ ଜଣେ କେହି ଏଠାରେ କିଛି ସମୟ ଅଟକିବାକୁ ବାଧ୍ୟ ହେବ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏଠାରେ ଫୁଲ କିଲୋଗ୍ରାମରେ ବିକ୍ରି ହେଉଛି। କେଜି ପିଛା ଏହାର ଦର 20 ଟଙ୍କା ରହିଥିବା ବେଳେ ଅନ୍ୟ ସହରକୁ ବ୍ରିକି ହେବା ବେଳକୁ ଏହାର ଦର 300 ରୁ 400 ଟଙ୍କାରେ ପହଞ୍ଚୁଛି। ଏବେ କେରଳରେ ଓନମ ପର୍ବ ଚାଲୁଥିବାରୁ ଏହି ସମୟରେ ଫୁଲର ଚାହିଦା ବେଶ ଅଧିକ ରହିଛି।

ABOUT THE AUTHOR

...view details