ଓଡିଶା

odisha

ETV Bharat / bharat

ମହିଳାଙ୍କୁ ମାଡ ମାରି ବିବାଦରେ ବିଜେପି ବିଧାୟକ - naroda bjp mla balram thawanis

ପାନୀୟଜଳ ସମସ୍ୟା ଅଭିଯୋଗ ଶୁଣିବା ପରିବର୍ତ୍ତେ ମହିଳାଙ୍କୁ ମାଡ ମାରି ବିବାଦରେ ବିଜେପି ବିଧାୟକ ବଳରାମ ଥାୱାଣୀ । ଆଉ ଏହି ଘଟଣା ପରେ ଅଜାଣତରେ ଭୁଲ କରିଥିବା କହିଛନ୍ତି ବିଧାୟକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jun 3, 2019, 9:31 PM IST

ଅହମ୍ମଦାବାଦ: ଗୁଜୁରାଟରେ ମହିଳାଙ୍କ ସହ ମାରପିଟ କରିଥିବା ଘଟଣାରେ ନରୋଡାର ବିଜେପି ବିଧାୟକ ବଳରାମ ଥାୱାଣୀ କ୍ଷମା ମାଗିଛନ୍ତି । ମାତ୍ର ଏହାକୁ ନେଇ ଅଜବ ସଫେଇ ଦେଇଛନ୍ତି ବିଧାୟକ । ଅଜାଣତରେ ଭୁଲ ହୋଇଛି । ଆଉ ଏହି ଭୁଲ ପାଇଁ କ୍ଷମା ପ୍ରର୍ଥନା କରୁଛି ବୋଲି ସେ କହିଛନ୍ତି ।

ବିଧାୟକ ଥାୱାଣୀ ପୁଣି କହିଛନ୍ତି, ସଂଖ୍ୟାଲଘୁ ଲୋକେ ଆକ୍ରମଣ କରିବାକୁ ଆସିଥିଲେ । ପଛପଟୁ ଆକ୍ରମଣ ହେବା ପରେ ପଡିଯାଇଥିଲି । ସେଠାରେ ଉପସ୍ଥିତ ଜଣେ ମହିଳାଙ୍କ ଗୋଡ଼ରେ ବାଜିଥିଲା । ଏଠାରେ ପାନୀୟଜଳର ସମସ୍ୟା ବିଷୟ ଚାଲିଥିଲା । ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରତିଶୃତି ଦେଇଥିଲି । ତଥାପି ହଠାତ ଆକ୍ରମଣ ଯୋଗୁଁ ହିତାହତ ଜ୍ଞାନ ଭୁଲି ଯାଇଥିବା ନେଇ ସେ କହିଛନ୍ତି ।

କ’ଣ ଥିଲା ବିବାଦ...

ଜଣେ ମହିଳା ପାନୀୟଜଳ ସମସ୍ୟାକୁ ନେଇ ବଳରାମ ଥାୱାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାଶୁଣି ବିଜେପି ବିଧାୟକ ମହିଳାଙ୍କ ସହ ଅଚାନକ ମାରପିଟ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ସେପଟେ ଏହି ମାମଲାକୁ ଗୁରୁତର ସହ ନେଇଥିଲେ ଗୁଜୁରାଟର ଡିଜିପି ଜିଗ୍ନେଶ ମେୱାଣୀ । ସେ ଅହମ୍ମଦାବାଦ ପୋଲିସକୁ ଟ୍ବିଟରରେ ଟ୍ୟାଗ କରି ନରୋଡାର ବିଜେପି ବିଧାୟକ ବଳରାମ ଥାୱାଣୀଙ୍କୁ ତୁରନ୍ତ ଗିରଫ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

For All Latest Updates

ABOUT THE AUTHOR

...view details