ଗାନ୍ଧିନଗର: ଦେଶରେ କୋଭିଡ-19 ସ୍ଥିତି ଥମିବାର ନାମ ନେଉନି । ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ପାର କରିଥିବାବେଳେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପଜିଟିଭ ବାହାରିଛି । ସେହିପରି ମହାରାଷ୍ଟ୍ର ପଛକୁ ରହିଛି ଗୁଜରାଟ ।
ମହାରାଷ୍ଟ୍ର ପଛରେ ଗୁଜରାଟ: 24 ଘଣ୍ଟାରେ 376 କେସ
ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଏଠାରେ ଗତ 24 ଘଣ୍ଟାରେ 376ଟି ନୂଆ କେସ ବାହାରିଛି । ରବିବାର କେସଠାରୁ ଏହା 2ଟି ଅଧିକ ରହିଛି । ଅଧିକ ପଢନ୍ତୁ...
ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଏଠାରେ ଗତ 24 ଘଣ୍ଟାରେ 376ଟି ନୂଆ କେସ ବାହାରିଛି । ରବିବାର ମାମଲା ଠାରୁ ଏହା 2ଟି ଅଧିକ ରହିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5804ରେ ପହଞ୍ଚିଛି । ଏହାସହ ମୃତକଙ୍କ ସଂଖ୍ୟା 319 ରହିଛି । ସେହିପରି 1195 ଲୋକ ସୁସ୍ଥ ହୋଇଛନ୍ତି ।
ଗୁଜରାଟର ଅବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ସବୁଦିନ ଶତାଧିକ ଆକ୍ରାନ୍ତ ବାହାରୁଛନ୍ତି । ରବିବାର 374 ବାହାରିଥିବାବେଳେ ରାଜ୍ୟରେ ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେହିପରି ଏବେ ସୁଦ୍ଧା ଲକ୍ଷାଧିକ ସାମ୍ପଲର ପରୀକ୍ଷା କରିସାରିଲେଣି ରାଜ୍ୟ ସରକାର ।