ଓଡିଶା

odisha

ETV Bharat / bharat

ଟ୍ରମ୍ପଙ୍କୁ ସ୍ବାଗତ ପାଇଁ ବର୍ଷକ ଶିଶୁକୁ ସାଥୀରେ ଧରି ଡ୍ୟୁଟିରେ ଲେଡି କନେଷ୍ଟବଳ

ଗୁଜୁରାଟର ମହିଳା ପୋଲିସ କନେଷ୍ଟବଳ ସଙ୍ଗୀତା ପରମାରଙ୍କ କର୍ତ୍ତବ୍ୟନିଷ୍ଠାକୁ ନେଇ ଚାରିଆଡେ ଚର୍ଚ୍ଚା। କାର୍ଯ୍ୟକ୍ଷେତ୍ରକୁ ନିଜର ବର୍ଷକର ଶିଶୁକୁ ସାଙ୍ଗରେ ନେଇ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଅଧିକ ଖବର ପଢନ୍ତୁ...

By

Published : Feb 23, 2020, 7:11 PM IST

gujarat-police-constable-sangita
ବର୍ଷିକିଆ ପିଲାକୁ ସାଥୀରେ ଧରି କର୍ତ୍ତବ୍ୟ ନିଭାଉଛନ୍ତି ଲେଡି କନେଷ୍ଟବଳ

ଅହମ୍ମଦାବାଦ: ଟ୍ରମ୍ପଙ୍କ ଗସ୍ତକୁ ନେଇ ପ୍ରସ୍ତୁତିରେ ଲାଗିପଡିଛି ଭାରତ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ କଡାକଡି କରାଯାଇଛି। ଆମେରିକା ରାଷ୍ଟ୍ରପତିଙ୍କ ଭବ୍ୟ ସ୍ବାଗତ ପାଇଁ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’, କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମସ୍ତେ ନିଜ ନିଜ ଦ୍ବାୟିତ୍ବକୁ ସୁଚାରୁ ରୂପେ ତୁଲାଇବାରେ ବ୍ୟସ୍ତ ଥିବା ବେଳେ ଏକ ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି।

ବର୍ଷିକିଆ ପିଲାକୁ ସାଥୀରେ ଧରି କର୍ତ୍ତବ୍ୟ ନିଭାଉଛନ୍ତି ଲେଡି କନେଷ୍ଟବଳ

ଗୁଜୁରାଟର ମହିଳା ପୋଲିସ କନେଷ୍ଟବଳ ସଙ୍ଗୀତା ପରମାର ନିଜର ଏକ ବର୍ଷୀୟ ଶିଶୁପୁତ୍ରକୁ ସାଥୀରେ ଧରି କାର୍ଯ୍ୟ କରୁଛନ୍ତି। ପିଲାଟିକୁ ଏକ କପଡାରେ ଗଛ ଛାଇ ତଳେ ଟାଙ୍ଗି ଦେଇ କରୁଛନ୍ତି ଡ୍ୟୁଟି। ଟିକେ କାମ କରୁଛନ୍ତି, ଫୁରସତ ମିଳିଲେ ପିଲାଟିକୁ ଦେଖିଦେଉଛନ୍ତି। କାରଣ ତାଙ୍କ ଆଗରେ ଗୋଟିଏ ପଟେ ଦ୍ବାୟିତ୍ବ ଓ ଅନ୍ୟପଟେ ରହିଛି ମା'ର କର୍ତ୍ତବ୍ୟ।

ତେବେ ପିଲାଟିର ସ୍ବାସ୍ଥ୍ୟ ଠିକ୍ ନଥିବାରୁ ସଙ୍ଗୀତା ତାଙ୍କୁ ସାଙ୍ଗରେ ନେଇ ଆସିବା ସହ ସ୍ତନ୍ୟପାନ କରାଉଛନ୍ତି। ଏକା ସାଙ୍ଗରେ ଦୁଇଟି କାର୍ଯ୍ୟ କରିବା କଷ୍ଟସାଧ୍ୟ ଥିଲେ ବି କରିବାକୁ ପଡିବ ବୋଲି ସଙ୍ଗୀତା କହିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସ ମାନେ ସଙ୍ଗୀତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭାରତରେ ଏହା ହେଉଛି ନାରୀ ସଶକ୍ତିକରଣର ପ୍ରକୃତ ଉଦାହରଣ ବୋଲି ଅନେକ କମେଣ୍ଟରେ ଲେଖିଛନ୍ତି।

ABOUT THE AUTHOR

...view details