ଓଡିଶା

odisha

ETV Bharat / bharat

ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ରହିଛି ପାକିସ୍ତାନୀ ଗୁପ୍ତଚରଙ୍କ ଲିଙ୍କ: ଏନଆଇଏ - ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ରହିଛି ପାକିସ୍ତାନୀ ଗୁପ୍ତଚରଙ୍କ ଲିଙ୍କ

ନିକଟରେ ରାଜସ୍ଥାନ ପରେ ଏବେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ପାକିସ୍ତାନୀ ଗୁପ୍ତଚରଙ୍କ ସହ ଲିଙ୍କ ଥିବା ଖୁଲାସା କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ଅଧିକ ପଢନ୍ତୁ...

ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ରହିଛି ପାକିସ୍ତାନୀ ଗୁପ୍ତଚରଙ୍କ ଲିଙ୍କ: NIA
ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ରହିଛି ପାକିସ୍ତାନୀ ଗୁପ୍ତଚରଙ୍କ ଲିଙ୍କ: NIA

By

Published : Aug 29, 2020, 11:12 PM IST

ନୂଆଦିଲ୍ଲୀ: ଗୁଜୁରାଟର ଜଣେ ସନ୍ଦିଗ୍ଧ ବ୍ୟକ୍ତି ପେଟିଏମ ମାଧ୍ୟମରେ ପାକିସ୍ତାନୀ ଗୁପ୍ତଚରକୁ 5000 ଟଙ୍କା ଦେଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତିଙ୍କ ଘରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ବାରା ଯାଞ୍ଚ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ସୂଚନା ଦେଇ ଏନଆଇଏ ମୁଖପାତ୍ର ନୂଆଦିଲ୍ଲୀରେ କହିଛନ୍ତି ଯେ, ଗୁରୁବାର ଗୁଜୁରାଟର କଚ୍ଛ ଜିଲ୍ଲାର ବାସିନ୍ଦା ରାଜକଭାଇ କୁମ୍ଭାରଙ୍କ ଘରେ ଏଜେନ୍ସି ତଲାସୀ କରିଥିଲା । ଏହି ମାମଲା ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାର ବାସିନ୍ଦା ମହମ୍ମଦ ରସିଦଙ୍କ ଗିରଫଦାରୀ ସହ ଜଡିତ।

ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ରହିଛି ପାକିସ୍ତାନୀ ଗୁପ୍ତଚରଙ୍କ ଲିଙ୍କ: NIA

ଚଳିତ ବର୍ଷ ଏପ୍ରିଲ 6 ତାରିଖରେ ଏନଆଇଏ ଭାରତୀୟ ଦଣ୍ଡସଂହିତା ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନର ବିଭିନ୍ନ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା। ମୁଖପାତ୍ର କହିଛନ୍ତି ଯେ, ଅନୁସନ୍ଧାନ ବେଳେ ଅଭିଯୁକ୍ତ ରସିଦ ପାକିସ୍ତାନର ପ୍ରତିରକ୍ଷା ତଥା ଆଇଏସଆଇ ଅପରେଟିଭଙ୍କ ସହ ଯୋଗାଯୋଗରେ ଥିବା ଏବଂ ଦୁଇଥର ପାକିସ୍ତାନ ଗସ୍ତରେ ଯାଇଥିବା ଜଣାପଡିଛି । ସେ ଭାରତର କିଛି ସମ୍ବେଦନଶୀଳ ତଥା ରଣନୈତିକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ଫଟୋଗ୍ରାଫ ଏବଂ ସଶସ୍ତ୍ର ବାହିନୀର ଆଇଏସଆଇ ଅପରେଟିଭଙ୍କ ଗତିବିଧି ବିଷୟରେ ଗୁପ୍ତ ସୂଚନା ପ୍ରଦାନ କରିଥିଲା ।

ମୁଖପାତ୍ର କହିଛନ୍ତି ଯେ, ଅନୁସନ୍ଧାନରୁ ଜଣାପଡିଛି କୁମ୍ଭାର ରିଜୱାନ ନାମକ ଏକ ଆକାଉଣ୍ଟକୁ 5000 ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହାପରେ ରସିଦକୁ ପଠାଯାଇଛି । କୁମ୍ଭାରଙ୍କ ଘରେ ଖୋଜାଖୋଜି ବେଳେ ଏନଆଇଏ ପକ୍ଷରୁ ଏକ ସନ୍ଦେହଜନକ କାଗଜ ଜବତ କରାଯାଇଛି।

ABOUT THE AUTHOR

...view details