ଅହମଦାବାଦ: ମହାମାରୀ କୋରୋନାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ଅହମଦାବାଦର ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି ଗୁଜୁରାଟ ହାଇକୋର୍ଟ । ଏହାପୂର୍ବରୁ 23 ଜୁନରେ ଶ୍ରୀକ୍ଷେତ୍ରରେ ହେବାକୁ ଥିବା ପୁରୀର ରଥଯାତ୍ରା ଉପରେ ରୋକ ଲଗାଇ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।
ଅହମଦାବାଦ ରଥଯାତ୍ରା ଉପରେ ରୋକ ଲଗାଇଲେ ଗୁଜୁରାଟ ହାଇକୋର୍ଟ - ଅହମଦାବାଦ ରଥଯାତ୍ରା ଉପରେ ରୋକ ଲଗାଇଲେ ଗୁଜୁରାଟ ହାଇକୋର୍ଟ
କୋରୋନାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ଅହମଦାବାଦର ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି ଗୁଜୁରାଟ ହାଇକୋର୍ଟ । ଅଧିକ ପଢନ୍ତୁ...
![ଅହମଦାବାଦ ରଥଯାତ୍ରା ଉପରେ ରୋକ ଲଗାଇଲେ ଗୁଜୁରାଟ ହାଇକୋର୍ଟ ଅହମଦାବାଦ ରଥଯାତ୍ରା ଉପରେ ରୋକ ଲଗାଇଲେ ଗୁଜୁରାଟ ହାଇକୋର୍ଟ](https://etvbharatimages.akamaized.net/etvbharat/prod-images/768-512-7702850-thumbnail-3x2-gu.jpg)
ଅହମଦାବାଦ ରଥଯାତ୍ରା ଉପରେ ରୋକ ଲଗାଇଲେ ଗୁଜୁରାଟ ହାଇକୋର୍ଟ
ପ୍ରତିଦିନ ରାଜ୍ୟରେ 300 କୋରୋନା ପଜିଟିଭ ମାମଲା ଆସୁଥିବାବେଳେ ଏବେ ସୁଦ୍ଧା 25ଟି ଛୋଟ ଛୋଟ ଅଞ୍ଚଳ କଣ୍ଟେନମେଣ୍ଟ ରହିଛି । ବର୍ତ୍ତମାନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ କୋରୋନା ସଂକ୍ରମଣ ରୋକିବା । ଏଭଳି ପ୍ରତିକ୍ରୟା ଦେଇଛନ୍ତି ରାଜ୍ୟ ଗୁଜୁରାଟ ଗୃହମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଅନ୍ୟପକ୍ଷେ ପୁରୀ ରଥ ଯାତ୍ରାକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ପୁଣି ପୁନର୍ବିଚାର ଯାଚିକା ଦାଖଲ ହୋଇସାରିଛି । ଏଥିସହ ରଥଯାତ୍ରା ପାଇଁ ଅନୁମତି ଦିଅନ୍ତୁ ବୋଲି ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ ଓଡିଶା ସରକାରଙ୍କୁ ଚିଠି ଲେଖିଛନ୍ତି ।