ଗାନ୍ଧୀନଗର: କୋରୋନା ବିରୋଧୀ ଲଢେଇ ସାରା ଦେଶରେ ଜାରି ରହିଛି । ଭ୍ୟାକସିନ ପାଇଁ ଅହରହ ଚେଷ୍ଟା କରାଯାଉଛି । ଏପରିସ୍ଥଳେ ଗୁଜୁରାଟ ସରକାର ଆୟୁଷ ଚିକିତ୍ସା ଅଧ୍ୟୟନର ଏକ ଅଂଶ ଭାବରେ ହଟସ୍ପଟ୍ ଅହମ୍ମଦାବାଦରେ COVID-19 ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ପ୍ରଦାନ କରିବେ । ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏହା କହିଛନ୍ତି । ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଜୟନ୍ତୀ ରବି କହିଛନ୍ତି ଯେ ରାଜ୍ୟ ଆୟୁଷ ବିଭାଗ ଗୁଜୁରାଟରେ 1.26 କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଆୟୁର୍ବେଦିକ ଔଷଧ ବଣ୍ଟନ କରିଛି ।
ସେ କହିଛନ୍ତି ଯେ, କ୍ବାରେଣ୍ଟାଇନରେ ଥିବା ପ୍ରାୟ 7,778 ଜଣଙ୍କୁ ଆୟୁର୍ବେଦିକ ଔଷଧ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କେବଳ 21 ଜଣଙ୍କ ଠାରେ କୋରୋନା ଭାଇରସ୍ ରିପୋର୍ଟ ଆସିଛି ।
ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଜୟନ୍ତୀ ରବି କହିଛନ୍ତି ଯେ, କୋରୋନା ଭାଇରସ୍ ପଜିଟିଭ ରୋଗୀଙ୍କ ଉପରେ ଆୟୁଷ ଚିକିତ୍ସା ସମ୍ବନ୍ଧରେ ଆମେ ଏକ ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି । ଅହମ୍ମଦାବାଦର ଏକ COVID କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ମୋଟ 75 ଜଣ ସନ୍ଦିଗ୍ଧ ରୋଗୀ ଆୟୁର୍ବେଦିକ ଚିକିତ୍ସା ପାଇଁ ରାଜି ହୋଇଛନ୍ତି ।