ଅହମ୍ମଦାବାଦ: ଗତ ଦୁଇ ଦିନ ଧରି ଗୁଜୁରାଟରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବେ ଗୁଜୁରାଟ ସରକାର। ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ମିଳିବା ପରେ ତଥ୍ୟ ଆଧାରରେ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ।
ଗତ 2 ଦିନ ଧରି ଗୁଜୁରାଟ ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ 2 ଦିନ ବର୍ଷା ପରେ ମଧ୍ୟ ରାଜ୍ୟରେ ଏବେ କୋହଲା ପାଗ ଜାରି ରହିଛି । ଫଳରେ ଚାଷୀ ମାନେ ଫସଲ ଅମଳ କରିବାରେ ନାନାଦି ସମସ୍ୟାର ସମମ୍ମୁଖିନ ହେଉଥିବା ଦେଖାଯାଉଛି । ବିଶେଷ କରି ବର୍ତ୍ତମାନ ପରିସ୍ଥିତିରେ ଜିରା ଓ ତୁଳା ଅମଳ ପ୍ରକ୍ରିୟା ଚାଲିଥିବା ଏପରି ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ।