ଗାନ୍ଧିନଗର: ସାରା ବିଶ୍ବରେ ଏବେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ତେଣୁ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ଶନିବାର ରାତିରେ ଗୁଜୁରାଟ ସରକାର କେନ୍ଦ୍ର ସରକାରଙ୍କ ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁସରଣ କରି ଆସନ୍ତା ସୋମବାର ଠାରୁ ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ପରିବହନ ଏବଂ ସିଟି ବସ୍ ଗୁଜୁରାଟରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ସହ ସରକାରୀ କାର୍ଯ୍ୟାଳୟ ସୋମବାର ଠାରୁ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବକୁ ଘୋଷଣା କରାଯାଇଛି ।
ଲକଡାଇନ କୋହଳ କଲେ ଗୁଜୁରାଟ ସରକାର, ବସସେବା ପୁନଃ ଆରମ୍ଭ କରିବାକୁ ଘୋଷଣା - ମହାମାରୀ କୋରୋନା
ଗୁଜୁରାଟ ସରକାର କେନ୍ଦ୍ର ସରକାରଙ୍କ ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁସରଣ କରି ଆସନ୍ତା ସୋମବାର ଠାରୁ ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ପରିବହନ ଏବଂ ସିଟି ବସ୍ ଚଳାଚଳ କରିବାକୁ ଅନୁମତି ଦିଆଯିବ ସହ ସରକାରୀ କାର୍ଯ୍ୟାଳୟ ସୋମବାର ଠାରୁ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିକାରୀ ହେବ । ଅଧିକ ପଢନ୍ତୁ...
![ଲକଡାଇନ କୋହଳ କଲେ ଗୁଜୁରାଟ ସରକାର, ବସସେବା ପୁନଃ ଆରମ୍ଭ କରିବାକୁ ଘୋଷଣା ଲକଡାଉନକୁ କୋହଳ କଲେ ଗୁଜୁରାଟ ସରକାର](https://etvbharatimages.akamaized.net/etvbharat/prod-images/768-512-01:11-1-3105newsroom-1590910305-850.jpg)
ଏପଟେ କର୍ଫ୍ୟୁର ଅବଦ୍ଧି ସନ୍ଧ୍ୟା 7 ରୁ ସକାଳ 7 ଟା ପରିବର୍ତ୍ତେ ରାତି 9 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏକ ଭିଡିଓ କର୍ଣ୍ଣଫରେନ୍ସ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ତେବେ ଏନେଇ ଲକଡାଉନ୍ ପରିବର୍ତ୍ତେ " ଅନଲକ୍ "ଶବ୍ଦ ବ୍ୟବହାର କରାଯାଉଛି । ଏହି ନୂତନ ଅନଲକ୍ ପ୍ରୟାସରେ ଆମକୁ କୌଣସି ଅର୍ଥନୀତିକ ଅବରୋଧ ବିନା କୋରୋନାଭାଇରସ୍ ବିରେଧରେ କାର୍ଯ୍ୟ ଜାରି ରଖିବାକୁ ପଡିବ ଯାହା ଦ୍ବାରା ଆମର କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ରୁପାନୀ କହିଛନ୍ତି । ଲକଡାଉନ କାରଣରୁ ଦେକାନ ବଜାର ସବୁ ବନ୍ଦ ଥିବା ବେଳେ ବର୍ତ୍ତମାନ ସବୁ ଖୋଲିବାକୁ ଅନୁମତି ଦିଆଯିବ, ଯେଉଁଥିରେ ସମସ୍ତେ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖବେ ।
ଅନ୍ୟପଟେ ଏକ ସିଟି ବସ 60% ରୁ ଅଧିକ ଯାତ୍ରୀ ପରିବହନ କରିପାରିବ ନାହିଁ । ପୂର୍ବରୁ ଦୁଇ ଚକିଆ ଯାନରେ ଜଣେ ବ୍ୟକ୍ତିଙ୍କୁ ଅନୁମତି ଦେଆଯାଇଥିଲା । ବର୍ତ୍ତମାନ ବାଧ୍ୟତାମୂଳକ ମାସ୍କ ସହିତ ପରିବାର ସଦସ୍ୟ ହେଲେ ଦୁଇ ଜଣଙ୍କୁ ଅନୁମତି ଦିଆଯିବ। ଛୋଟ ଚାରି ଚକିଆ ଯାନରେ ଡ୍ରାଇଭର ସହିତ ସର୍ବାଧିକ ଦୁଇଜଣ ଯାତ୍ରୀ ରହି ପାରିବେ। ଏବଂ ବଡ଼ ଚାରି ଚକିଆ ଯାନରେ ତିନିଜଣ ଯାତ୍ରୀଙ୍କୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଜୁନ୍ 8 ସୁଦ୍ଧା ଘୋଷିତ ହେବାକୁ ଥିବା ସେଣ୍ଟରର ନିର୍ଦ୍ଦେଶାବଳୀ ଅନୁଯାୟୀ ହୋଟେଲ, ରେଷ୍ଟୁରାଣ୍ଟ, ଧର୍ମୀୟ ସ୍ଥଳୀ ଏବଂ ସପିଂ ମଲ୍ ଆଦି କାର୍ଯ୍ୟ କରିବ । କିନ୍ତୁ ଅତ୍ୟାବଶ୍ୟକ ସେବା ଏବଂ ଦ୍ରବ୍ୟ କାରବାର କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ଦୋକାନକୁ କଣ୍ଟେଣ୍ଟମେଣ୍ଟ ଜୋନରେ ଅନୁମତି ଦିଆଯିବ ନାହିଁ। ଆସନ୍ତା କାଲି ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ଏକ ନୂତନ କଣ୍ଟେଣ୍ଟମେଣ୍ଟ ଜୋନ୍ ଚୂଡାନ୍ତ କରିବ। ସୋମବାର ଠାରୁ "ଅନଲକ୍ -1" ର କାର୍ଯ୍ୟାନ୍ୱୟନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ରୁପାନୀ କହିଛନ୍ତି ।